ରାମନବମୀ ଉପଲକ୍ଷେ ଭଜନ ସନ୍ଧ୍ୟା
ପୁରୀ : ପବିତ୍ର ରାମନବମୀ ଅବସରରେ ୱାଟର ୱାକ୍ସ ରୋଡ଼ ସ୍ଥିତ ରାମମନ୍ଦିର ପରିସରରେ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ଏହି ଭଜନ ସନ୍ଧ୍ୟାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଯନ କରିଥିଲେ ଦଇତାପତି ନିଯୋଗ ସଂପାଦକ ରାମକୃଷ୍ଣ ଦାସମହାପାତ୍ର, ରାଜ୍ୟସଭା ସଦସ୍ୟ ଶୁଭାଶିଷ ଖୁଣ୍ଟିଆ, ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଅବସରପ୍ରାପ୍ତ ଆରକ୍ଷୀ ଅଧୀକ୍ଷକ ଜ୍ଞାନରଞ୍ଜନ ମହାପାତ୍ର । ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ସଚ୍ଚିକାନ୍ତ ଶତପଥୀ । ଉଦ୍ୟାପନ ପର୍ବ ପରେ ଆରମ୍ଭ ହୋଇଥିଲା ଭଜନ କାର୍ଯ୍ୟକ୍ରମ । ଓଡ଼ିଶାର ସୁନାମଧନ୍ୟ ଗାୟକ ତଥା କଣ୍ଠଶିଳ୍ପୀ ସ୍ୱର୍ଗତ ଭିକାରୀ ଚରଣ ବଳଙ୍କ ଶିଷ୍ୟ ରବୀନ୍ଦ୍ର ମହାପାତ୍ର ଓ ତାଙ୍କର ସାଥୀମାନେ ଭଜନ ପରିବେଷଣ କରିଥିଲେ । ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଶ୍ରୋତାମାନେ ଭଜନ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ ।