ସାନଭାଇ ଆକ୍ରମଣରେ ବଡଭାଇର ମୃତୁ୍ୟ

ସାନଭାଇ ଆକ୍ରମଣରେ ବଡଭାଇର ମୃତୁ୍ୟ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅଞ୍ଚଳରେ ଘରଡିହ ଭାଗବଣ୍ଟା ବିବାଦକୁ ନେଇ ସାନଭାଇ ଏକ ଲୁହା ତାୱାରେ ବଡଭାଇକୁ ଆକ୍ରମଣ କରିଛି । ଏଥିରେ ବଡଭାଇର ମୃତୁ୍ୟ ହୋଇଛି । ଅଭିଯୋଗରେ ପୁଲିସ୍ ସାନଭାଇକୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି । ସୂଚନାଯୋଗ୍ୟ, ବୁର୍ଲା ଥାନା ଅନ୍ତର୍ଗତ ଟିହିକିପାଲି ଗ୍ରାମର ସଞ୍ଜୟ ବିଶ୍ୱାଳ(୩୬) ଓ ତାଙ୍କ ବଡଭାଇ ବିପ୍ର ବିଶ୍ୱାଳ(୪୮)ଙ୍କ ମଧ୍ୟରେ ଘରଡିହ ଭାଗବଣ୍ଟାକୁ ନେଇ ଗତ ୩୦ତାରିଖ ଅପରାହ୍ନ ସାଢେ ୫ଟାରେ ବିବାଦ ଦେଖାଯାଇଥିଲା । ଏଥିରେ ସଞ୍ଜୟ ଉତ୍କ୍ଷିପ୍ତ ହୋଇ ପାଖରେ ଥିବା ତାୱା ଦ୍ୱାରା ନିଜ ବଡଭାଇ ବିପ୍ରଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । ଫଳରେ ସେ ଗୁରୁତର ହୋଇ ପଡିଥିଲେ । ତାଙ୍କୁ ତୁରନ୍ତ ବୁର୍ଲା ହସ୍ପିଟାଲକୁ ନିଆଯାଇଥିଲା । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ଅଭିଯୁକ୍ତ ଜଣକ ସାଇକଲ ଯୋଗେ ଫେରାର ହୋଇ ଯାଉଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିଛି ।