ହୀରାକୁଦରୁ ବନ୍ୟାଜଳ ନିଷ୍କାସନ : କେତେ ସୁରକ୍ଷିତ ଦେବୀ ନଦୀବନ୍ଧ?
ନାଉଗାଁରୁ ଅଜିତ ଓଝା : ହୀରାକୁଦ ଜଳଭଣ୍ଡାର ଛାଡିଲା ବନ୍ୟା ଜଳ । ନାଉଗାଁ ବ୍ଲକ ସ୍ଥିତ ଦେବିନଦୀ ବନ୍ଧ କେତେ ସୁରକ୍ଷିତ ତାହା ସାଧାରଣ ଲୋକଙ୍କ ମନରେ ପ୍ରଶ୍ନବାଚା ସୃଷ୍ଟି କରିଛି । ନାଉଗାଁ ବ୍ଲକଟି ଦେବୀ ନଦୀ ସିମାବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ । ଏହି ଦେବୀ ନଦୀର ଦୀର୍ଘ ସୀମାକୁ ଲାଗିରହିଛି ନାଉଗାଁ ବ୍ଲକର ଗଜରାଜପୁର, ଗଳଧାରୀ, ରୋହିଆ, ବଛାଳୋ, ଶିଖର, ଓଷକଣା ଓ କୋରୁଆ ପ୍ରମୁଖ ୭ଟି ପଞ୍ଚାୟତର ୩୦ଟି ଗାଁ ନଦୀକୂଳିଆ ରହିଛି । ଏହି ଦେବି ନଦୀରେ ପ୍ରତିବର୍ଷ ହୀରାକୁଦ ବନ୍ୟାଜଳ ଛାଡିଲେ ମୁଖ୍ୟତଃ ଅନ୍ତପୁରା, ଦେବୀଦୋଳ, ତୁମ୍ଭେଶ୍ୱର, ବଚ୍ଛାଳୋ, ଶିଖର, ଭଣ୍ଡିସାହି, ପୋକାମୂଳ, ବାଇଁଆପଡା ପ୍ରମୁଖ ସ୍ଥାନରେ ବନ୍ଧ ବିପଦ ସଂକେତ ପୂର୍ଣ୍ଣ ଅଞ୍ଚଳ ଭାବେ ପ୍ରବାହିତ ହୋଇଥାଏ ବନ୍ୟାଜଳ । ଯାହା ନାଉଗାଁ ଅଞ୍ଚଳ ବାସୀଙ୍କ ମନରେ ଆଶଙ୍କା ସୃଷ୍ଟି କରିଥାଏ ।
ଦେବୀଦୋଳ, ଅରଖକୁଦ, ପୋହଳ, ଅନ୍ତପୁରା, ବଛାଳ, ବିଲିପଡ଼ା, ଶିଖର ଆଦି ସ୍ଥାନରେ ନଈ ବନ୍ଧ ଖାଇ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଯାହା ବନ୍ୟାଜଳ ଆସିଲେ ଅଞ୍ଚଳର ବନ୍ଧ ଦୁର୍ବଳ ହେତୁ ଘାଇ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବା ଆବଶ୍ୟକ ରହିଛି । ପ୍ରତିବର୍ଷ ଦେବୀ ନଦୀ ବନ୍ଧ ମରାମତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ବନ୍ଧ ଯେମିତି ଦୁର୍ବଳକୁ ସେମିତି ଦୁର୍ବଳ ହୋଇ ରହିଛି । ଠିକାଦାରଙ୍କ ପାଇଁ ଏହା ଏକ ଲାଭଦାୟକ ବ୍ୟବସାୟରେ ଏହା ପରିଣନ୍ତ ହୋଇଛି । କାର୍ଯ୍ୟକୁ ତଦାରଖ କରିବାକୁ ଥିବା ବିଭାଗୀୟ ଅଧିକାରୀ, ଜଳ ସମ୍ପଦ ଯନ୍ତ୍ରୀ ମାନେ ଠିକାଦାରଙ୍କ ସହ ସହାଭାଗିତା ହୋଇ ମାଲାମାଲ ହୋଉଥାନ୍ତି । କୁହାଯାଏ ନାଉଗାଁ ପାଇଁ ଦେବିନଦୀ ଏକ ବରଦାନ ସଦୃଶ୍ୟ କିନ୍ତୁ ଏହି ଦେବିନଦୀ ବନ୍ଧ ବେଳେ ବେଳେ ଆଣିଦିଏ ଅନେକ ଚିନ୍ତା । ନଦୀରେ କୋଟି କୋଟି ଟଙ୍କାର ପଥର ପ୍ୟାକିଙ୍ଗ, ବୁରୁଜ ନିର୍ମାଣ ହୋଇଥିଲେ ସୁଧା ଏଥିରେ ଦୁର୍ବଳ କାର୍ଯ୍ୟ ହେତୁ ଗୋଟେ ବନ୍ୟା ଜଳ ପ୍ରବାହରେ ତାହା ଭୁଶୁଡି ପଡେ । ପୁଣି ଯେଉଁ ବିପଦକୁ ସେଇ ବିପଦଶଙ୍କୁଳ ଭାବେ ନଦୀବନ୍ଧ ପଡି ରହୁଛି । ଯାହା ବନ୍ୟା ଜଳ ଆସିଲେ ଅଞ୍ଚଳବାସୀଙ୍କ ମନରେ ଛନକା ସୃଷ୍ଟି କରିଥାଏ । ବନ୍ୟା ସମୟରେ କେବେ ହେବ ବିପଦ ମୁକ୍ତ ହେବ ନଦୀ ବନ୍ଧ ବୋଲି ସାଧାରଣ ଲୋକଙ୍କ ମନରେ ସନେ୍ଦହ ସୃଷ୍ଟି କରୁଛି । ଏଥିନେଇ ନାଉଗାଁ ବ୍ଲକର ସାଧାରଣ ଜନତା ମାନେ ବନ୍ଧର ମରାମତି ପାଇଁ ଦାବି କରିଛନ୍ତି ।