ମା'ପାଇଁ ଗଛଟିଏ କାର୍ଯ୍ୟକ୍ରମ

 ଚାନ୍ଦବାଲି: ଭଦ୍ରକ ବନ୍ୟ ପ୍ରାଣୀ ବନଖଣ୍ଡ ବିଭାଗ ପକ୍ଷରୁ ଚାନ୍ଦବାଲି ଏନଏସି ଦେଉଳିଗାଁ ନିକଟରେ ପାଳନ କରାଯାଇଛି ‘ମା ପାଇଁ ଗଛଟିଏ’ କାର୍ଯ୍ୟକ୍ରମ । ଚାନ୍ଦବାଲି ରେଞ୍ଜର ସୁଶାନ୍ତ ବାଗଙ୍କ ତତ୍ୱାବଧାନରେ ଅତିଥି ଭାବେ ଏସିଏଫ ସୁମିତ ମହାନ୍ତି ଓ ଭାଜପା ଜିଲ୍ଲା ସାଧାରଣ ସମ୍ପାଦକ କମଳାକାନ୍ତ ସୂତାର ଯୋଗଦେଇ କିସମତ ସ୍କୁଲ ପିଲାମାନଙ୍କ ସହ ବିଭିନ୍ନ ପ୍ରକାର ବୃକ୍ଷରୋପଣ କରିଥିଲେ । ଗଛ ପରିବେଶ ପାଇଁ କେତେ ଉପକାରସେ ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କୁ ଅତିଥିମାନେ କହିଥିଲେ । କାର୍ଯ୍ୟକ୍ରମରେ ଭାଜପା ଯୁବ ନେତା ଦେବାଶିଷ ନାୟକ, ବିଜୟ ବେହେରା, ସାଗର ସାହୁ, ମନରଞ୍ଜନ ଖୁଣ୍ଟିଆ, ସୁଧାକର ରାଉତ, ସୁଦଶନ ନାୟକ, ଭାବଗ୍ରାହୀ ଦ୍ୱାରି, ବାୟୀଧର ଖୁଣ୍ଟିଆ, ପ୍ରଭାକର ରାଉଳ, ଫରେଷ୍ଟର ସୂର୍ଯ୍ୟକାନ୍ତ ପଣ୍ଡା, ଗାର୍ଡ ସୁବ୍ରତ ବେହେରା ଓ ରଶ୍ମିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।