ଛେଳିଗଡ଼ ଡ୍ୟାମ ପାଇଁ ଟେଣ୍ଡରକୁ ମଞ୍ଜୁରୀ
Odisha Cabinet
ଛେଳିଗଡ଼ ଡ୍ୟାମ ପାଇଁ ଟେଣ୍ଡରକୁ ମଞ୍ଜୁରୀ
ଛେଳିଗଡ଼ ଜଳସେଚନ ପ୍ରକଳ୍ପର କଂକ୍ରିଟ ଡ୍ୟାମ ଓ ସ୍ପିଲୱେ ନିର୍ମାଣ କାର୍ଯ୍ୟ ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ଦେଇଛନ୍ତି । ଗଜପତି ଜିଲ୍ଲାର ଆର ଉଦୟଗିରି ବ୍ଳକ ଅନ୍ତର୍ଗତ ଛେଳିଗଡ଼ ଗ୍ରାମ ନିକଟରେ ଏହି ପ୍ରକଳ୍ପ କରାଯିବ । ବଂଶଧାରା ନଦୀର ବଡ଼ଜୋର ଉପନଦୀରେ ହେବାକୁ ଥିବା ପ୍ରକଳ୍ପ ପାଇଁ ୧୫୧ କୋଟି ୭୮ ଲକ୍ଷ ଟଙ୍କାର ଟେଣ୍ଡରକୁ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଜଳସେଚନ ସହ ୩୬ ମେଗାୱାଟ୍ ଜଳବିଦ୍ୟୁତ୍ ଶକ୍ତି ଉତ୍ପାଦନ ନିମନ୍ତେ ଲକ୍ଷ୍ୟ ରଖାଯାଇଛି ।