ଭାରତୀୟ ହକି ଦଳରେ ୩ ଓଡିଆ: ଏଫଆଇଏଚ୍ ପ୍ରୋ ଲିଗ୍

ବନେଶ୍ବର: ଓଡ଼ିଶାରେ ହେବାକୁ ଥିବା ଏଫଆଇଏଚ୍ ପ୍ରୋ ଲିଗ୍ ପାଇଁ ଭାରତୀୟ ହକି ଦଳ ଘୋଷଣା ହୋଇଯାଇଛି । ଗୁରୁବାର ହକି ଇଣ୍ଡିଆ ପକ୍ଷରୁ ୩୨ ଜଣିଆ ଭାରତୀୟ ପୁରୁଷ ଦଳ ଘୋଷଣା କରାଯାଇଛି । ଦଳରେ ୩ ଜଣ ଓଡ଼ିଆ ଖେଳାଳି ରହିଛନ୍ତି । ଓଡ଼ିଶାର ଶିଳାନନ୍ଦ ଲାକ୍ରା, ନିଲପ ସଞ୍ଜିପ୍ ଖେସ ଓ ଅମିତ ରୋହିଦାସ ଭାରତୀୟ ଦଳରେ ସାମିଲ ହୋଇଛନ୍ତି । 

ଫେବ୍ରୁଆରୀ ୧୫ରୁ ଏଫଆଇଏଚ୍ ପ୍ରୋ ଲିଗ୍ ରାଜଧାନୀ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି । ଭାରତ ଏହାର ପ୍ରଥମ ମ୍ୟାଚ୍‌ରେ ସ୍ପେନ୍‌କୁ ଭେଟିବ । ଏହାପରେ ଜର୍ମାନୀ, ଇଂଲଣ୍ଡ ଓ ଆୟର୍ଲାଣ୍ଡ ସହିତ ଭାରତୀୟ ହକି ଦଳର ମୁକାବିଲା ହେବ।