ରାଜକନିକାରେ କଟକ ଓ ପାରାଦୀପ ବିଜୟୀ
ାା ପ୍ରଭାନୁ୍ୟଜ୍ ।ା ରାଜକନିକା, ୧୯ା୭: ରାଜକନିକାରେ ଚାଲିଥିବା ସାହାଣୀ କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ୪ର୍ଥ ଦିନରେ ଦୁଇଟି ମ୍ୟାଚ୍ ଅନୁଷ୍ଠିତ ହୋଇଛି । ପ୍ରଥମ ମ୍ୟାଚ କଟକ ଓ ଖୋର୍ଦ୍ଧା ମଧ୍ୟରେ ହୋଇଥିବା ବେଳେ ଏଥିରେ କଟକ ୩-୦ ଗୋଲ୍ରେ ବିଜୟୀ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଉକôଳୀୟ ରିୟଲ କମ ପିଭିଟିର ପରିଚାଳନା ନିଦେ୍ର୍ଦଶକ ଇଂ ସ୍ମୃତିରଞ୍ଜନ ନାୟକ ଯୋଗଦେଇ ଥିଲେ । ଦ୍ୱିତୀୟ ମ୍ୟାଚ୍ ପୁରୀ ଓ ପାରାଦୀପ ପୋର୍ଟ ମଧ୍ୟରେ ହୋଇଥିବା ବେଳେ ଏଥିରେ ପାରାଦୀପ ୯-୨ ଗୋଲରେ ବିଜୟୀ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ଇଂ ଶୈଳେନ୍ଦ୍ର ସୁତାର, ସ୍ୱତନ୍ତ୍ର ଅତିଥିଭାବେ କେନ୍ଦ୍ରାପଡ଼ା ଜିଲ୍ଲା ଏଡିଏମ ନବକ୍ରିଷ୍ଣା ଜେନା, ସମ୍ମାନିତଅତିଥି ଭାବେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ତନ୍ମୟ ରଞ୍ଜନ ଦାସ, କନିକା ତହସିଲଦାର ଭାନୁମତୀ ମାଝୀ, ଅତିରିକ୍ତ ତହସିଲଦାର ଦେବଲାଭ ସେଠୀ ପ୍ରମୁଖ ମଞ୍ଚାସୀନ ଥିଲେ ।