ଶ୍ରେଷ୍ଠ ବୈଜ୍ଞାନିକଙ୍କ ମଧ୍ୟରେ ଆଇଆଇଟି ଅଧ୍ୟାପକ
ାା ପ୍ରଭାନୁ୍ୟଜ୍ ।ା ଜଟଣୀ : ଅନୁସନ୍ଧାନ ଏବଂ ନବସୃଜନ କ୍ଷେତ୍ରରେ ଏକ ସଫଳତାରେ ଡଚ୍ ଏକାଡେମିକ୍ ପ୍ରକାଶନ କମ୍ପାନୀ ଏଲ୍ସେଭିଅର ସହଯୋଗରେ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ସମ୍ମାନଜନକ ମାନ୍ୟତା ଅନୁଯାୟୀ ଭାରତୀୟ ପ୍ରଦ୍ୟୋଗିକ ସଂସ୍ଥାନ (ଆଇଆଇଟି) ଭୁବନେଶ୍ୱରର ୬ ଜଣ ଅଧ୍ୟାପକ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ମଧ୍ୟରେ ମାନ୍ୟତା ପାଇଛନ୍ତି । ଏହି ବାର୍ଷିକ ର୍ୟାଙ୍କିଙ୍ଗ୍ ବିଶ୍ୱର ଏକାଡେମିକ୍ ସମ୍ପ୍ରଦାୟରେ ବହୁ ସମ୍ମାନିତ ସେମାନଙ୍କର ଅନୁସନ୍ଧାନ କାର୍ଯ୍ୟର ପ୍ରଭାବ, ଉଦ୍ଧୃତ ସୂଚକାଙ୍କ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଏକାଡେମିକ୍ ପାରାମିଟର ଉପରେ ଆଧାର କରି ବୈଜ୍ଞାନିକମାନଙ୍କୁ ମାନ୍ୟତା ପ୍ରଦାନ କରେ । ଆଇଆଇଟିର ଏହି ଅଧ୍ୟାପକ ମାନେ ହେଲେ ଯଥାକ୍ରମେ ପ୍ରଫେସର ଶୁଭ୍ରାଂଶୁ ରଂଜନ ସାମନ୍ତରାୟ ସ୍କୁଲ୍ ଅଫ୍ ଇଲେକ୍ଟ୍ରିକାଲ ଏବଂ କମ୍ପୁ୍ୟଟର ସାଇନ୍ସେସ, ପ୍ରଫେସର ରାଜନ ଝା ସ୍କୁଲ୍ ଅଫ୍ ବେସିକ୍ ସାଇନ୍ସେସ, ପ୍ରଫେସର ପି. ଦିନାକର ସ୍କୁଲ୍ ଅଫ୍ ଇନ୍ଫ୍ରାଷ୍ଟ୍ରକ୍ଚର, ପ୍ରଫେସର ମାନସ ମୋହନ ମହାପାତ୍ର ସ୍କୁଲ୍ ଅଫ୍ ମେକାନିକାଲ୍ ସାଇନ୍ସେସ, ଡକ୍ଟର ପଟ୍ଟାଭୀ ରାମାୟା ବୁଡାରାପୁ ସ୍କୁଲ୍ ଅଫ୍ ମେକାନିକାଲ୍ ସାଇନ୍ସ ଏବଂ ବରତରାମ ରାମକୁମାର ସ୍କୁଲ୍ ଅଫ୍ ଇଲେକ୍ଟ୍ରିକାଲ ଏବଂ କମ୍ପୁ୍ୟଟର ସାଇନ୍ସ । ଏହି ଅଧ୍ୟାପକମାନେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଗବେଷଣା ଅବଦାନ ଏବଂ ଉଚ୍ଚଚ-ପ୍ରଭାବ ପ୍ରକାଶନ ପାଇଁ ସ୍ୱୀକୃତିପ୍ରାପ୍ତ, ଯାହା ନିଜ ନିଜ ଡୋମେନରେ ମାନଦଣ୍ଡ ସ୍ଥିର କରିଛି । ସୂଚନାଯୋଗ୍ୟ ଯେ ଚାରିଜଣ ଅଧ୍ୟାପକଙ୍କୁ କ୍ୟାରିୟର ବ୍ୟାପି ଅନୁସନ୍ଧାନ ବର୍ଗରେ ସ୍ଥାନିତ କରାଯାଇଛି । ଶକ୍ତି କ୍ଷେତ୍ରରେ ତାଙ୍କର ଗବେଷଣା ପାଇଁ ପ୍ରଫେସର ଶୁଭ୍ରାଂଶୁ ରଂଜନ ସାମନ୍ତରାୟ ମାନ୍ୟତା ଲାଭ କରିଛନ୍ତି । ଅପ୍ଟିକ୍ସ କ୍ଷେତ୍ରରେ କାର୍ଯ୍ୟ ପାଇଁ ପ୍ରଫେସର ରାଜନ ଝା, ଅଣଜୈବିକ ଏବଂ ଆଣବିକ ରସାୟନ ବିଜ୍ଞାନରେ ଅନୁସନ୍ଧାନ ପାଇଁ ପ୍ରଫେସର ଭି.ଆର. ପେଡିରେଡ୍ଡି ଏବଂ ବିଲଡିଂ ଆଣ୍ଡ୍ କନଷ୍ଟ୍ରକସନ ଇଞ୍ଜିନିୟରିଂ କ୍ଷେତ୍ରରେ କାର୍ଯ୍ୟ ପାଇଁ ପ୍ରଫେସର ପି. ଦିନାକର ଏହି ସମ୍ମାନ ହାସଲ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଇଆଇଟି ଭୁବନେଶ୍ୱରର ନିଦେ୍ର୍ଦଶକ ପ୍ରଫେସର ଶ୍ରୀପଦ୍ କରମଲକର ଅଭିନନ୍ଦନ ଜଣାଇ କହିଛନ୍ତି ଯେ ଆଇଆଇଟି ଭୁବନେଶ୍ୱରରେ ଚାଲିଥିବା ଉଚ୍ଚସ୍ତରୀୟ ଗବେଷଣାର ଏକ ନିଦର୍ଶନ ।