ଜିଲ୍ଲାପାଳଙ୍କ ଅଭିନବ ପ୍ରୟାସ : ତ୍ୱରିତ ସେବା ପାଇଁ ପ୍ରତି ସୋମବାର ପଲ୍ଲୀରେ ପ୍ରଶାସନ
ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଅମ୍ରିତ୍ ଋତୁରାଜ ଜନ ସାଧାରଣ ମାନଙ୍କର ବିଭିନ୍ନ ଆପତ୍ତି ଅଭିଯୋଗ ଗୁଡ଼ିକୁ ବିଚାର କରି ତ୍ୱରିତ ନ୍ୟାୟ ପ୍ରଦାନ ସହ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ନିମନ୍ତେ ନୂତନ ଭାବେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଆଜିଠାରୁ ସମଗ୍ର ଜିଲ୍ଲାରେ ଆରମ୍ଭ କରିଛନ୍ତି । ପ୍ରଶାସନିକ ବ୍ୟବସ୍ଥାକୁ ଅଧିକରୁ ଅଧିକ ସରଳୀକରଣ କରି ପ୍ରତ୍ୟେକ ଯୋଜନାର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ଉପଲବ୍ଧ କରାଇବା ସହ ସେମାନଙ୍କର ଜୀବନ ଜୀବିକା ଶୈଳୀରେ ଉନ୍ନତି ଆଣିବା ଓ ସେମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି ଦୃତ ଗତିରେ କରାଇବା ଲକ୍ଷନେଇ ଏହି କାର୍ଯ୍ୟକ୍ରମ ଆଜିଠାରୁ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଏ ପଲ୍ଲୀ (ପଞ୍ଚାୟତରେ) ଶୁଭାରମ୍ଭ ହୋଇଛି । ଖୋର୍ଦ୍ଧା ବ୍ଲକର ବାଜପୁର,ବାଣପୁର ବ୍ଲକର ଭେଟେଶ୍ୱର୍, ବେଗୁନିଆ ବ୍ଲକର କନ୍ତାବାଡ, ବୋଲଗଡ଼ ବ୍ଲକର ବୋଲଗଡ଼, ଟାଙ୍ଗିବ୍ଲକ୍ର ବଡପାରି ସମେତ ଚିଲିକା ବ୍ଲକ୍ ଅଧୀନ ହରିପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନର ପଲ୍ଲୀରେ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହରିପୁର ଗ୍ରାମ ପଞ୍ଚାୟତରେ ପଲ୍ଲୀରେ ପ୍ରଶାସନ ଜନଶୁଣାଣି କାର୍ଯ୍ୟକ୍ରମରେ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥିରାଜ୍ ହରିଚନ୍ଦନ, ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ବନଖଣ୍ଡ ଅଧିକାରୀ ଲାଡେ ଗଜାନନ ଦୟାନନ୍ଦ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଖୋର୍ଦ୍ଧା ଜ୍ୟୋତି ଶଙ୍କର ସାହୁ, ଉପଜିଲ୍ଲାପାଳ କିଶୋର କୁମାର ପଣ୍ଡା, ଚିଲିକା ପଂଚାୟତ ସମିତି ଅଧ୍ୟକ୍ଷା ଜ୍ୟୋସô୍ନା ରାଣୀ ବେହେରା, ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ, ସରପଞ୍ଚ ଗୀତାଞ୍ଜଳି ବେହେରା ପ୍ରମୁଖ ଯୋଗଦେଇ ଥିଲେ । ଅଭିଯୋଗ ପ୍ରକୋଷ୍ଠକୁ ମୋଟ ୧୪୭ ଅଭିଯୋଗ ହୋଇଥିଲା । ୩ଜଣ ଅଭିଯୋଗକାରୀ, ହରିପୁର ଗ୍ରାମ ପଞ୍ଚାୟତର ଆଶାମଣି ବେହେରାଙ୍କୁ ଚିକିସôା ନିମନ୍ତେ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧୫ହଜାର, ସୁନିତା ପାତ୍ରଙ୍କୁ ୧୦ହଜାର ଏବଂ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ଚିକିସôା ନିମନ୍ତେ ତୃପ୍ତି ମୟୀ ରାଉତ, ନୂଆଗାଁ, ୱାର୍ଡ ନମ୍ୱର୍ ୯ଙ୍କୁ ୧୦ହଜାର ଟଙ୍କା ଜିଲ୍ଲାପାଳ ପ୍ରଦାନ କରିଥିଲେ । ପରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ହରିପୁର ଗ୍ରାମ ପଞ୍ଚାୟତ କଲ୍ୟାଣ ମଣ୍ଡପ ଶୁଭ ଉଦଘାଟନ କରି ପଞ୍ଚାୟତ ବାସୀଙ୍କୁ ଉସôର୍ଗ କରିଥିଲେ ।