ଟିକେଟ ଚେକିଂ ଇନଚାର୍ଜଙ୍କୁ ସ୍ୱାଗତ

ଜଟଣୀ : ଖୋର୍ଦ୍ଧାରୋଡ ରେଳ ମଣ୍ଡଳ ଠାରେ ଡିଭିଜିନାଲ ଟିକେଟ ଚେକିଂ ନୂତନ ଇନ୍ଚାର୍ଜ ଭାବେ ଗତ ସପ୍ତାହରେ ଯୋଗ ଦେଇଥିବା ଅନିଲ କୁମାର ମିଶ୍ରଙ୍କୁ ଶ୍ରମିକ କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ ତାଙ୍କ କାର୍ଯ୍ୟାଳୟରେ ଭେଟି ଉତ୍ତରୀୟ ଓ ଫୁଲ ତୋଡ଼ା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । ଶ୍ରମିକ କଂଗ୍ରେସ ଏକ ଶୃଙ୍ଖଳିତ ଶ୍ରମିକ ସଂଗଠନ । ସଦାସର୍ବଦା ରେଳର ପ୍ରଗତି ପାଇଁ କର୍ମଚାରୀଙ୍କ ହିତ ଓ ପ୍ରଶାସନର ସହଯୋଗ କାମନା କରେ ବୋଲି ଶ୍ରମିକ କଂଗ୍ରେସର ଶାଖା ସମ୍ପାଦକ ତଥା ଟିକେଟ ଚେକିଂ ବରିଷ୍ଠ ନେତା ଏଲଡ଼ି ମହାନ୍ତି କହିଥିଲେ । ମଣ୍ଡଳ ସହ ସଂଯୋଜକ ନିରଞ୍ଜନ ମିଶ୍ର, କେନ୍ଦ୍ରୀୟ ପଦାଧିକାରୀ ଏମ ଜି କେ ରାଓ , ସୁବ୍ରତ ପଣ୍ଡା , ଶରତ ପଣ୍ଡା ପ୍ରମୁଖ ଶ୍ରୀ ମିଶ୍ରଙ୍କ ନୂତନ ଗୁରୁଦାୟିତ୍ୱ ସୁଚାରୁ ରୂପେ ତୁଲାଇବା ପାଇଁ ମଙ୍ଗଳ କାମନା କରିଥିଲେ ।