ଷ୍ଟେସନ ଓ ଟ୍ରେନରେ ସ୍ୱଚ୍ଛ ଖାଦ୍ୟ ନେଇ ସ୍ୱତନ୍ତ୍ର ଅଭିଯାନ
ାା ପ୍ରଭାନୁ୍ୟଜ୍ ।ା ଜଟଣୀ : ଭାରତୀୟ ରେଳ ପକ୍ଷରୁ ଗାନ୍ଧି ଜୟନ୍ତୀ ପର୍ଯ୍ୟନ୍ତ ‘ସ୍ୱଛତା ହିଁ ସେବା’ ଅଭିଯାନ ପାଳନ କରାଯାଉଛି । ଏଥିରେ ରେଳ ଷ୍ଟେସନ, ଟ୍ରେନ୍, ରେଳବାଇ ଆବାସିକ କଲୋନୀ ଏବଂ ଉତ୍ପାଦନ ୟୁନିଟ୍ ଇତ୍ୟାଦିରେ ସ୍ୱଛତା ଉପରେ ଏକ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଉଛି । ଚାଲିଥିବା ‘ସ୍ୱଛତା ହିଁ ସେବା’ ଅଭିଯାନର ଏକ ଅଂଶ ଭାବରେ ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧାରୋଡ଼ ଏବଂ ବ୍ରହ୍ମପୁର ରେଳ ଷ୍ଟେସନରେ, ଯାତ୍ରୀମାନଙ୍କୁ ସ୍ୱଛ ଖାଦ୍ୟ ସୁନିଶ୍ଚିତ କରିବା ପାଇଁ ଏକ ସ୍ୱତନ୍ତ୍ର ଡ୍ରାଇଭ କରାଯାଇଛି । କ୍ୟାଟରିଂ ଷ୍ଟଲଗୁଡିକରେ କେବଳ ପ୍ରମାଣିତ ଖାଦ୍ୟ ପଦାର୍ଥ ବିକ୍ରି ହେଉଛି କି ନାହିଁ ଯାଞ୍ଚ କରାଯାଇଥିଲା । ଖାଦ୍ୟର ଶୁଦ୍ଧତା ଏବଂ ଗୁଣ ଜାଣିବା ପାଇଁ, ଫୁଡ୍ ପ୍ଲାଜା, ଜନ ଆହାର କେନ୍ଦ୍ର, କ୍ୟାଟରିଂ ବିକ୍ରେତାଦ୍ୱାରା ବିକ୍ରି ହେଉଥିବା ଖାଦ୍ୟର ନମୁନା ଯାଞ୍ଚ କରାଯାଇଥିଲା । ଟ୍ରେନରେ ଖାଦ୍ୟ ପ୍ରସ୍ତୁତି ବେଳେ ସଠିକ୍ ସ୍ୱଛତା ରକ୍ଷଣାବେକ୍ଷଣ କରାଯାଉଛି କି ନାହିଁ ତାହା ଯାଞ୍ଚ କରିବା ପାଇଁ ଟ୍ରେନର ପ୍ୟାଣ୍ଟ୍ରି କାରଗୁଡିକ ଯାଞ୍ଚ କରାଯାଇଥିଲା । ପ୍ୟାଣ୍ଟ୍ରି କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ମେଡିକାଲ ଫିଟନେସ୍ ସାର୍ଟିଫିକେଟ୍ ଏବଂ ଶାରୀରିକ ପରିଷ୍କାରତା ନିଶ୍ଚିତ କରାଯାଇଥିଲା । ଯାତ୍ରୀମାନଙ୍କୁ ସେବା ଯୋଗାଉଥିବାବେଳେ ସମସ୍ତ ପରିଷ୍କାର ପରିଛନ୍ନତା ଗ୍ରହଣ କରିବାକୁ ପ୍ୟାଣ୍ଟି୍ର କର୍ମଚାରୀ ଏବଂ ଲାଇସେନ୍ସପ୍ରାପ୍ତ ବିକ୍ରେତାଙ୍କୁ ପରାମର୍ଶ ଦିଆଯାଇଥିଲା । ଏହି ସ୍ୱଛ ଖାଦ୍ୟର ସ୍ୱତନ୍ତ୍ର ଅଭିଯାନ, ବାଣିଜି୍ୟକ ଅଧିକାରୀ, ଡାକ୍ତର, ସ୍ୱାସ୍ଥ୍ୟ ଇନ୍ସପେକ୍ଟର, କ୍ୟାଟରିଂ ଇନ୍ସପେକ୍ଟର ଏବଂ ବାଣିଜି୍ୟକ ଇନ୍ସପେକ୍ଟରଙ୍କ ଦ୍ୱାରା କରାଯାଇଥିଲା ।