ଭାରତରେ ନିଯୁକ୍ତି ଆରମ୍ଭ କଲା Tesla

ନୂଆଦିଲ୍ଲୀ : ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତ ସମୟରେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସ୍ଲା ସିଇଓ ଏଲନ ମସ୍କଙ୍କୁ ଭେଟିଥିଲେ। ଏହି ବୈଠକ ପରେ, ଏଲନ ମସ୍କଙ୍କ ଇଭି କମ୍ପାନୀ ଟେସଲା ଭାରତରେ ନିଯୁକ୍ତି ଆରମ୍ଭ କରିଛି। କମ୍ପାନୀ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରି ଏହି ସୂଚନା ଦେଇଛି। କମ୍ପାନୀ ୧୩ଟି ଭିନ୍ନ ଭିନ୍ନ ପଦବୀ ପାଇଁ ନିଯୁକ୍ତି ଆରମ୍ଭ କରିଛି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ସୂଚନା ଦେଇ କମ୍ପାନୀ କହିଛି ଯେ, ଏହି ଚାକିରିଗୁଡ଼ିକ ଫ୍ରଣ୍ଟଏଣ୍ଡ ଏବଂ ବ୍ୟାକଏଣ୍ଡ ଉଭୟ ଭୂମିକା ପାଇଁ ବିଜ୍ଞାପନ ଦିଆଯାଇଛି।ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଆମେରିକା ଗସ୍ତ ସମୟରେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କୁ ଭେଟିଥିଲେ। ବୈଠକ ପରେ, ମସ୍କଙ୍କ ଇଭି କମ୍ପାନୀ ଟେସଲା ନିଯୁକ୍ତି ବିବରଣୀ ଶେୟାର କରିଛି।