ଫେବୃଆରି ୧ରୁ ଚୀନକୁ ଉଡିବ ଏୟାର ଇଣ୍ଡିଆ ବିମାନ

ଫେବୃଆରି ୧ରୁ ଚୀନକୁ ଉଡିବ ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ : ଦିଲ୍ଲୀ ଓ ସାଂଘାଇ ମଧ୍ୟରେ ପୁଣି ଉଡିବ ବିମାନ । ଏନେଇ ଆଜି ସୂଚନା ଦେଇଛି ଏୟାର ଇଣ୍ଡିଆ । ୨୦୨୬  ଫେବୃଆରି ୧ ରୁ ଏହାର ନନ୍‌-ଷ୍ଟପ୍‌ ଉଡ଼ାଣ ପୁନଃ ଆରମ୍ଭ କରିବାର ଘୋଷଣା କରିଛି । ଯାହା ପ୍ରାୟ ଛଅ ବର୍ଷ ପରେ ଚୀନକୁ ଏୟାର ଇଣ୍ଡିଆ ବିମାନ ଉଡାଣ ଭରିବାକୁ ଯାଉଛି । ଏୟାର ଇଣ୍ଡିଆ ମଧ୍ୟ ନିୟାମକ ଅନୁମୋଦନ ଉପରେ ନିର୍ଭର କରି ଆସନ୍ତା ବର୍ଷ ମୁମ୍ବାଇ ଓ ସାଂଘାଇ ମଧ୍ୟରେ ନନ୍‌-ଷ୍ଟପ୍‌ ଉଡ଼ାଣ ଆରମ୍ଭ କରିବାକୁ ଚାହୁଁଛି । ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଯେ ଏୟାର ଇଣ୍ଡିଆ ଦିଲ୍ଲୀ ଓ ସାଂଘାଇ ମଧ୍ୟରେ ସପ୍ତାହରେ ଚାରିଥର ଏହାର ଦୈତ-ଆଏଲ ବୋଇଂ ୭୮୭-୮ ବିମାନ ଚଳାଚଳ କରିବ ।

     ଯେଉଁଥିରେ ବ୍ୟବସାୟ ଶ୍ରେଣୀରେ ୧୮ ଫ୍ଲାଟ୍‌ ଶଯ୍ୟା ଓ ଇକୋନୋମି ଶ୍ରେଣୀରେ ୨୩୮ ପ୍ରଶସ୍ତ ସିଟ୍‌ ରହିଛି । ସାଂଘାଇକୁ ଏୟାର ଇଣ୍ଡିଆର ସେବା ପୁନଃସ୍ଥାପନ ସମ୍ପ୍ରତି  ଭାରତ-ଚୀନ୍‌ କୂଟନୈତିକ ଚୁକ୍ତିନାମା ଅନୁସରଣ କରି କରାଯାଇଛି । ଯାହା ୨୦୨୦ ପ୍ରାରମ୍ଭରେ ବନ୍ଦ ହୋଇଥିବା ବିମାନ ସଂଯୋଗକୁ ପୁନଃସ୍ଥାପିତ କରିବାକୁ ଯାଉଛି । ଏୟାର ଇଣ୍ଡିଆ ପ୍ରଥମେ ୨୦୦୦ ଅକ୍ଟୋବରରେ ଚୀନକୁ ନନଷ୍ଟପ୍‌ ସେବା ଆରମ୍ଭ କରିଥିଲା । ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ପରିଚାଳନା ନିର୍ଦ୍ଦେଶକ କ୍ୟାମ୍ପବେଲ୍‌ ୱିଲସନ୍‌ କହିଛନ୍ତି, "ଆମର ଦିଲ୍ଲୀ-ସାଂଘାଇ ସେବାର ପୁନଃସ୍ଥାପନ କେବଳ ଏକ ରୁଟ୍‌ ଲଞ୍ଚ ଅପେକ୍ଷା ଅଧିକ । ଏହା ଦୁଇଟି ମହାନ, ପ୍ରାଚୀନ ସଭ୍ୟତା ଏବଂ ଆଧୁନିକ ଅର୍ଥନୈତିକ ଶକ୍ତି କେନ୍ଦ୍ର ମଧ୍ୟରେ ଏକ ସେତୁ । ଇଣ୍ଡିଗୋ ଅକ୍ଟୋବର ୨୬ ରେ କୋଲକାତାରୁ ଦକ୍ଷିଣ ଚୀନର ଗ୍ୱାଙ୍ଗଜୋ ଓ ନଭେମ୍ବର ୧୦ ରେ ଦିଲ୍ଲୀରୁ ଗ୍ୱାଙ୍ଗଜୋ ପର୍ଯ୍ୟନ୍ତ କାର୍ଯ୍ୟ ପୁନଃସ୍ଥାପନ କରିଛି ।