କମ୍ପି ଉଠୁଛି ପୁରୀର ବ୍ଲୁ ଫ୍ଲାଗ ବିଚ୍: ବିଶ୍ୱ ଦେଖୁଛି ଭାରତର ଦମ୍
ନୌସେନା ଦିବସ ପାଇଁ ବ୍ଲୁ ଫ୍ଲାଗ ବିଚରେ ଚାଲିଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । କମ୍ପି ଉଠୁଛି ପୁରୀର ବ୍ଲୁ ଫ୍ଲାଗ ବିଚ୍ । ନୌ-ବୀର ଦେଖାଉଛନ୍ତି ପରାକ୍ରମ । ଏଥିରେ ମୁଖ୍ୟ ଅତିଥି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମେତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ତମାମ ବିଧାୟକ ମନ୍ତ୍ରୀ ମଧ୍ୟ ପୁରୀରେ ଉପସ୍ଥିତ ଅଛନ୍ତି । ଏହାକୁ ଦେଖିବା ପାଇଁ ପୁରୀରେ ପ୍ରବଳ ଭିଡ । ଦମ୍ ଦେଖାଉଛି ଯୁଦ୍ଧ ହେଲିକାପ୍ଟର । ଆକାଶରେ ପଇଁତରା ମାରୁଛି ଯୁଦ୍ଧ ବିମାନ,ସାରା ବିଶ୍ୱ ଦେଖୁଛି ଭାରତର ଦମ୍ ।