ରେଭେନ୍ସା ସାଇଟ୍ ଓ ଉଚ୍ଚଶିକ୍ଷା ବିଭାଗ ଇନଷ୍ଟା ଆଇଡି ହ୍ୟାକ୍

 ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗର ଇନଷ୍ଟାଗ୍ରାମ ଆଇଡି ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟର ୱେବସାଇଟ ହ୍ୟାକ୍ ହୋଇଛି । ରେଭେନ୍ସା ବିଶ୍ୱବିଦ୍ୟାଳୟ ୱେବ୍ସାଇଟ୍ ଖୋଲିଲେ ଏଥିରେ ଏକ ବେଟିଂ ସାଇଟ୍ ଖୋଲୁଥିବା ଦେଖିବାକୁ ମିଳିଥିଲା । ମୋବାଇଲ୍ରେ ୱେବ୍ସାଇଟ୍ ଖୋଲିଲେ ‘ବେଣ୍ଟୋ-ଫୋର୍ ଡି’ ପରି ଏକ ବେଟିଂ ପ୍ଲାଟ୍ଫର୍ମ ଖୋଲୁଛି । କିନ୍ତୁ ବିଶ୍ୱବିଦ୍ୟାଳୟ ସମ୍ବନ୍ଧିତ କୌଣସି ତଥ୍ୟ ଦେଖିବାକୁ ମିଳୁ ନ ଥିଲା । ଫଳରେ ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସମେତ ଛାତ୍ରଛାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ୱେବ୍ସାଇଟ୍ କିପରି ହ୍ୟାକ୍ ହେଲା ତା’କୁ ନେଇ ଖୋଳତାଡ଼ ଜାରି ରହିଥିବା ବେଳେ ପରବର୍ତ୍ତୀ ସମୟରେ ଏହାକୁ ଠିକ୍ କରି ଦିଆଯାଇଛି । ସେହିପରି ଉଚ୍ଚ ଶିକ୍ଷା ବିଭାଗର ଇନଷ୍ଟାଗ୍ରାମ ଆକାଉଣ୍ଟ ମଧ୍ୟ ହ୍ୟାକ୍ ହୋଇଥିଲା । ପେଜ୍ରେ କେହି ଅଶ୍ଳୀଳ ଭିଡିଓ ଅପଲୋଡ୍ କରି ଦେଇଥିବା ଅଭିଯୋଗ ହୋଇଥିଲା । ମାତ୍ର କିଛି ସମୟ ପରେ ଉଚ୍ଚଶିକ୍ଷା ବିଭାଗର ଇନଷ୍ଟାଗ୍ରାମ ପୂର୍ବଭଳି ଠିକ୍ ହୋଇ ଯାଇଥିଲା । ତେବେ କେମିତି ଏହି ଆକାଉଣ୍ଟ ହ୍ୟାକ୍ ହେଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।