ରତ୍ନାକରଙ୍କ ନାମରେ ସଂଗୀନ ଅଭିଯୋଗ, ମହିଳା ବିଡ଼ିଓଙ୍କୁ ଦେଉଥିଲେ ନିର୍ଯ୍ୟାତନା

RATNAKAR SAHOO

ରତ୍ନାକରଙ୍କ ନାମରେ ସଂଗୀନ ଅଭିଯୋଗ, ମହିଳା ବିଡ଼ିଓଙ୍କୁ ଦେଉଥିଲେ ନିର୍ଯ୍ୟାତନା

ଭୁବନେଶ୍ୱର : ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ନାମରେ ସଂଗୀନ ଅଭିଯୋଗ ଆସିଛି  । ଏହି ଅଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍‌ ହେବାରେ ଲାଗିଛି  । ଜନୈକା ମହିଳା ଓଏଏସ ଅଧିକାରିଣୀଙ୍କୁ ସେ ସଂଜରେ ଆସିବାକୁ କହୁଥିଲେ  । ତାଙ୍କୁ ବାରମ୍ବାର ହାରାସ୍‌ ବି କରୁଥିବାର ଅଭିଯୋଗ ହୋଇଛି  ।
ସଂପୃକ୍ତା ମହିଳା ବିଡ଼ିଓ କହିଛନ୍ତିଯେ, ତେନ୍ତୁଳିଖୁଣ୍ଟି ବିଡ଼ିଓ ଥିବାବେଳେ ରତ୍ନାକର ବାବୁ ଡିଆରଡ଼ିଏରେ ଚାକିରୀ କରୁଥିଲେ  । ପ୍ରତିଦିନ ସେ ଆସି ବିରକ୍ତ କରନ୍ତି  । ତାଙ୍କୁ ମୋ ପାଖକୁ ଆସିବାକୁ ମନାକଲା  । ପରେ ମୁଁ କୋଷାମଗୁଡ଼ା ବ୍ଳକକୁ ଗଲାବେଳେ ଏହି ଲୋକଟା ଦୁର୍ଭାଗ୍ୟକୁ ଏଡ଼ିଏମ ହୋଇଥିଲେ  । ସେ ପିଡ଼ି ହୋଇଯାଇଥିବାରୁ ସଂଜକୁ ଡାକି ହଇରାଣ କରନ୍ତି  । ମୋତେ ହାରାସ୍‌ କଲେ  । ମୋ ବ୍ଳକ ଜିଲ୍ଲାରେ ଭଲ ପ୍ରଦର୍ଶନ କରୁଥିଲେ ବି ମୋତେ ବାରମ୍ବାର ସେ ହଇରାଣ କରିଥିଲେ  । ପ୍ରତି ମିଟିଂରେ ସେ ମୋତେ ଟର୍ଚ୍ଚର କରୁଥିଲେ  । ମୋ ନାଁରେ ମିଛ ଅଭିଯୋଗ କରି ନିଲମ୍ବିତ କରିଦେଇଥିଲେ  ।
କୋଭିଡ଼ ସମୟରେ ମୋତେ ସେ ଟଙ୍କା ମାଗିଥିଲେ  । ମୁଁ କିନ୍ତୁ ଟଙ୍କା ଦେଇନଥିଲି  । ଏମିତି ମୋତେ ହଇରାଣ କଲେଯେ, ମୋର ଗର୍ଭପାତ ହୋଇଗଲା  । ନବୀନ ସରକାରଙ୍କ ଅମଳରେ ଉପରସ୍ତରରେ ତାଙ୍କର ଭଲ ହାତ ଥିବାରୁ ମୁଁ ଆଉ ଲଢ଼ିପାରିଲିନି  । ୨୦୧୧ ବ୍ୟାଚ ଓଏଏସ ଅକ୍ଷୟମିତା ଏଭଳି ଅଭିଯୋଗ କରିଛନ୍ତି  । ଏମିତିକି ବରିଗୁମ୍ମା ବ୍ଳକରେ ଜଣେ ତାଙ୍କ ପାଇଁ ଆତ୍ମହତ୍ୟା କରିଥିଲେ ବୋଲି ସେ କହିଛନ୍ତି  ।