ଯୁବକଙ୍କ ଝୁଲନ୍ତା ଶବ ସନେ୍ଦହଜନକ ଭାବରେ ଉଦ୍ଧାର 

ଯୁବକଙ୍କ ଝୁଲନ୍ତା ଶବ ସନେ୍ଦହଜନକ ଭାବରେ ଉଦ୍ଧାର 


 ହିନେ୍ଦାଳ: ଢେଙ୍କାନାଳ ଜିଲ୍ଲାର ହିନେ୍ଦାଳ ଉପଖଣ୍ଡ ଅଞ୍ଚଳରେ ଜଣେ ଯୁବକଙ୍କ ଝୁଲନ୍ତା ଶବ ସନେ୍ଦହଜନକ ଅବସ୍ଥାରେ ଆଜି ପୋଲିସ ଉଦ୍ଧାର କରିଥିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଖବରରୁ ପ୍ରକାଶ ଆଜି ସ୍ଥାନୀୟ ଜନସାଧାରଣଙ୍କ ଠାରୁ ଖବରପାଇ ରସୋଳ ପୋଲିସ ଗିରିଧରପ୍ରସାଦ ହାଇସ୍କୁଲ ନିକଟ ଏକ ଆମ୍ବଗଛରେ ଜଣେ ଯୁବକଙ୍କ ମୃତଦେହ ପ୍ୟାଣ୍ଟ ଡୋରିରେ ଝୁଲୁଥିବା ଖବରପାଇ ସେଠାରୁ ଉଦ୍ଧାର କରି ଶବବ୍ୟବଚ୍ଛେଦ ପାଇଁ ପଠାଇଦେଇଛନ୍ତି  । ଏ ନେଇ  ରସୋଳ ପୋଲିସ ଏକ ଅପମୃତୁ୍ୟ ମାମଲା ରୁଜୁ କରିବା ସହ ପ୍ରାଥମିକ ତଦନ୍ତରୁ ମୃତ ଯୁବକ ନବକିଶୋରପୁର ପ·ୟତ ଖଇରାବାହାଳୀ ଗ୍ରାମର ସ୍ୱର୍ଗତ ଅରକ୍ଷିତ ନାଏକଙ୍କ ପୁଅ ଅଜିତ ନାଏକ(୩୨) ବୋଲି ଜାଣିବାକୁ ପାଇଛନ୍ତି । ଅଜିତଙ୍କ ଆଗରୁ ମାନସିକ ବିକୃତି ଥିବା ସହ ତାଙ୍କ ସ୍ତ୍ରୀ ମଧ୍ୟ ତାଙ୍କୁ ଛାଡି ବାପାଘରକୁ ପଳାଇଥିବା ଓ ପ୍ରାୟ ଛ ମାସ ହେବ ଅଜିତ ପ୍ରାୟ ସମୟରେ ବାହାରକୁ ପଳାଇଯାଆନ୍ତି ବୋଲି ସମ୍ପର୍କୀୟମାନେ ପ୍ରକାଶ କରିଛନ୍ତି  । ଏଥିସହ ଖବର ପାଇ ଅଜିତର ବଡବାପା ଘଟଣା ସ୍ଥଳରେ ପହଞ୍ଚôଥିବା ଜଣାପଡିଛି! ଉକ୍ତ ଘଟଣାକୁ ରସୋଳପୋଲିସ ତଦନ୍ତ କରୁଥିବାବେଳେ ଶବବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତୁ୍ୟର ପ୍ରକୃତ ରହସ୍ୟ ଜଣାପଡିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।