ବେଦାନ୍ତ ଆଲୁମିନିୟମର ତୀରନ୍ଦାଜ ତାଲିମ ପଦକ୍ଷେପରେ ପ୍ରଶିକ୍ଷଣ : କଳାହାଣ୍ଡି ପାଇଁ ଗୌରବ ଆଣିଲେ ଯୁବତୀରନ୍ଦାଜ ଖିରୋଦ

 ଭୁବନେଶ୍ୱର  : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଲାଞ୍ଜିଗଡ଼ରେ ଏହାର ପ୍ରମୁଖ କ୍ରୀଡା ତାଲିମ ପଦକ୍ଷେପ ମାଧ୍ୟମରେ କଳାହାଣ୍ଡିର ଯୁବ ତୀରନ୍ଦାଜ ମାନଙ୍କୁ ସମର୍ଥନ କରିଆସୁଛି । ଏହି ଅଞ୍ଚଳର ଜଣେ ଯୁବ ତୀରନ୍ଦାଜ ଖିରୋଦ କୁମାର କୋଲକାତାରେ ଅନୁଷ୍ଠିତ ସିବିଏସଇ ପୂର୍ବଜୋନାଲ ତୀରନ୍ଦାଜ ଚାମ୍ପିଅନ ସିପରେ ଦୁଇଟି ସ୍ୱର୍ଣ୍ଣ ଏବଂ ଗୋଟିଏ କାଂସ୍ୟ ପଦକ ଜିତିଛନ୍ତି  । ୧୯ ବର୍ଷରୁ କମ୍ଭାରତୀୟ ରାଉଣ୍ଡ ବର୍ଗରେ ପ୍ରତିଯୋଗିତା କରି, ଖିରୋଦ ଉଲ୍ଲେଖନୀୟ ଧ୍ୟାନ ଏବଂ ସଠିକତା ପ୍ରଦର୍ଶନ କରି ଶ୍ରେଷ୍ଠ ପ୍ରଦର୍ଶନ କାରୀ ଭାବରେ ଉଭା ହୋଇଛନ୍ତି । ଜଣେ ଅନୁଶାସିତ ଓ କ୍ରୀଡା ଛାତ୍ର ଭାବରେ, ସେ ପୂର୍ବରୁ ଜାତୀୟ ସ୍କୁଲ ତୀରନ୍ଦାଜ ଚାମ୍ପିଅନସିପରେ ପାଞ୍ଚଟି ସ୍ୱର୍ଣ୍ଣ ପଦକ ହାସଲ କରିବା ସହ ଗତ ତିନି ବର୍ଷ ଧରି ବେଦାନ୍ତର ତୀରନ୍ଦାଜ ତାଲିମ ପଦକ୍ଷେପ ଅଧୀନରେ ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି । ଏହି ଅବସରରେ ବେଦାନ୍ତ ଆଲୁମିନା ବ୍ୟବସାୟର ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି, “ଖିରୋଦର ସଫଳତା ଆମର ତୃଣମୂଳ ସ୍ତରୀୟ କ୍ରୀଡା ପଦକ୍ଷେପର ପରିବର୍ତ୍ତନ କାରୀପ୍ରଭାବର ଏକ ଶକ୍ତିଶାଳୀ ପ୍ରମାଣ । ବେଦାନ୍ତରେ, ଆମେ କ୍ରୀଡା ମାଧ୍ୟମରେ ଗ୍ରାମୀଣ ଯୁବପିଢ଼ିଙ୍କୁ ସଶକ୍ତ କରିବା, ଶୃଙ୍ଖଳା, ଆତ୍ମବିଶ୍ୱାସ ଏବଂ ଜାତୀୟଗର୍ବକୁ ପ୍ରୋସôାହିତ କରିବା ପାଇଁ ଗଭୀର ଭାବରେ ପ୍ରତିବଦ୍ଧ । ଆମେ ଖିରୋଦର ଉସôର୍ଗ ଏବଂ ପ୍ରତିଭା ପାଇଁ ଗର୍ବିତ, ଏବଂ ଆମେ କଳାହାଣ୍ଡିରୁ ଏପରି ଆହୁରି ଅନେକ ଚାମ୍ପିଅନଙ୍କୁ ପ୍ରୋସôାହିତ କରିବା ପାଇଁ ପ୍ରତିବଦ୍ଧ ।"