ଅଭିଯୁକ୍ତକୁ ୧୦ ବର୍ଷ ଜେଲ

ଫୁଲବାଣୀ : ନାବାଳିକା ଅପହରଣ ଓ ବଳାକôାର ମାମଲାର ଶୁଣାଣି କରି ଫୁଲବାଣୀ ଫାଷ୍ଟ ଟ୍ରାକ ପୋକସୋ ଅଦାଲତ ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାରେ ଦଣ୍ଡିତ କରିଛନ୍ତି । ଏଥିସହ ଦୋଷୀକୁ ୨୦ ହଜାର ଟଙ୍କା ଜରିମାନା କରିଛନ୍ତି । ଜରିମାନା ଅନାଦେୟ ଅଧିକ ୨ ବର୍ଷ ଜେଲ ଭୋଗିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଅଭିଯୁକ୍ତ ଜଣକ ସଦର ଥାନା   ପଡିଆବେରଣା ଆଶ୍ରିସାହିର ଉତ୍ତମ ସାହାଣୀ (୩୨) । ଗତ ୨୦୧୫ ଫେବୃଆରୀ ୯ରେ ଅଭିଯୁକ୍ତ ଉତ୍ତମ ଟାଉନ ଥାନା ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ କରି ବଳାକôାର କରିଥିବା ଅଭିଯୋଗ ହୋଇଥିଲା । ପରେ ପୀଡିତାଙ୍କୁ ନେଇ ଅନ୍ୟ ଏକ ସ୍ଥାନରେ ରଖିଥିଲା । ଝିଅ ନିଖୋଜ ଥିବା ନେଇ ଫୁଲବାଣୀ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ ପୀଡିତାଙ୍କ ମା’ । ଏତଲା ଆଧାରରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟଚାଲାଣ କରିଥିଲା । ସୋମବାର ଏହି ମାମଲାର ବିଚାର କରି ଫାଷ୍ଟ ଟ୍ରାକ୍ ପୋକ୍ସୋ୍ କୋର୍ଟର ବିଚାରପତି କୈଳାସ ଚନ୍ଦ୍ର ସ୍ୱାଇଁ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି । ପିଡିତାଙ୍କୁ କ୍ଷତିପୂରଣ ବାବଦରେ ୫ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ଅଦାଲତ ।