ଭାରତର କାର୍ୟ୍ୟକଳାପ ଆଦୌ ଗ୍ରହଣୀୟ ନୁହେଁ।: ଜଷ୍ଟିନ୍
ନୂଆଦିଲ୍ଲୀ: ଭାରତ ଓ କାନାଡା ମଧ୍ୟରେ କୂଟନୈତିକ ସମ୍ପର୍କ ତୀବ୍ର ରୂପ ଧାରଣ କରିଛି । ତେବେ ଏହା ପରେ ଜଷ୍ଟିନ୍ ଟ୍ରୁଡୋ ପ୍ରତିକ୍ରିୟା ରଖିଛନ୍ତି। ସେ ଭାରତ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି କାନାଡାରେ ଅନେକ ଅପରାଧିକ କାର୍ୟ୍ୟକଳାପରେ ଭାରତର ସମ୍ପୃକ୍ତି ରହିଛି। ନିଜ୍ଜର ହତ୍ୟା ମାମଲାରେ ଭାରତର ସମ୍ପୃକ୍ତି ଥିବା ସେ ଅଭିଯୋଗ କରିଛନ୍ତି। କାନାଡା ମାଟିରେ ଦକ୍ଷିଣ ଏସୀୟ କାନାଡା ନାଗରିକଙ୍କୁ ଟାର୍ଗେଟ୍ କରାଯାଉଛି। ଏପରିକି ହତ୍ୟା, ଧମକାଇବା ଓ ଅନେକ ହିଂସା ମାମଲାରେ ଭାରତର ସମ୍ପୃକ୍ତି ରହିଛି। ଭାରତର ଏଭଳି ଗତିବିଧି ଆମ ନାଗରିକଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି। ଆମ ପାଇଁ ନାଗରିକଙ୍କ ସୁରକ୍ଷା ସର୍ବ ପ୍ରଥମ। ତେଣୁ ଭାରତର ଏଭଳି କାର୍ୟ୍ୟକଳାପ ଆଦୌ ଗ୍ରହଣୀୟ ନୁହେଁ।