ପାଣ୍ଡିଆନଙ୍କ କଥାରେ ହଙ୍ଗାମା କରୁଛନ୍ତି ବିରୋଧୀ : ଜୟନାରାୟଣ

ପାଣ୍ଡିଆନଙ୍କ କଥାରେ ହଙ୍ଗାମା କରୁଛନ୍ତି ବିରୋଧୀ : ଜୟନାରାୟଣ

ଗୃହରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ବିସ୍ପୋରଣ । ବିଧାନସଭାରେ ବିଜେଡ଼ି ବିଜେପି ସଦସ୍ୟ ମୁହାଁମୁହିଁ । ଗୃହ ଅଚଳକୁ ନେଇ ଶାସକ ବିରୋଧୀ ମୁହାଁମୁହିଁ । ପଏଣ୍ଟ ଅଫ ଅର୍ଡର ନେଇ ଗୃହରେ ବିସ୍ପୋରଣ କଲେ ଜୟନାରାୟଣ । ବିରୋଧୀ ଚାଷୀ ପ୍ରସଙ୍ଗରେ ମୁଲତବି ଆଣିଥିଲେ, ସରକାର ମଧ୍ୟ ଆଲୋଚନା ପାଇଁ ରାଜି ଥିଲେ, କିନ୍ତୁ କଣ ପାଇଁ କାଲିଠାରୁ ଆଜି ପର୍ଯ୍ୟନ୍ତ ଗୃହକୁ ମୁଲତବି କରାଯାଇଛି ସେନେଇ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ଦରି ବୁହା, ଟେଣ୍ଟ ବୁହା ଲୋକ ଏଠିକି ଆସି ବଡ଼ ବଡ଼ କଥା କହୁଛନ୍ତି । କିଏ ଗୋଟେ ବାହାର ଲୋକ କହିବେ ଆଉ ଗୃହକୁ ବନ୍ଦ କରିଦିଆଯିବ । ଏଥିପାଇଁ ବିଜେଡ଼ି ସଦସ୍ୟ କ୍ଷମା ମାଗିବା ଦରକାର । ପାଣ୍ଡିଆନଙ୍କ ନମ୍ବର ୱାନ ଚାମଚା ହେବା ପାଇଁ ପ୍ରତିଯୋଗିତା ଚାଲିଥିବା ବୟାନ ଦେଇଛନ୍ତି ଜୟନାରାୟଣ ମିଶ୍ର ।  ଏହାର ପ୍ରତିବାଦରେ ଜୟନାରାୟଣଙ୍କୁ ଜବାବ ଦେଇଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । କହିଲେ,ପାଣ୍ଡିଆନଙ୍କର କିଛି ପ୍ରଭାବ ନାହିଁ । କେବଳ ନବୀନ ପଟ୍ଟନାୟକଙ୍କ ପ୍ରଭାବରେ ବିଜେଡି ଚାଲିଥିବା କହିଛନ୍ତି ପ୍ରମିଳା ।