ବିୟରରେ ମହାତ୍ମା ଗାନ୍ଧୀଙ୍କ ଫଟୋ ସହ ଦସ୍ତଖତ

ବିୟରରେ ମହାତ୍ମା ଗାନ୍ଧୀଙ୍କ ଫଟୋ ସହ ଦସ୍ତଖତ

ରୁଷରେ ମହାତ୍ମା ଗାଦ୍ଧୀଙ୍କୁ ଅପମାନ । କେନ ବିୟରରେ ମହାତ୍ମା ଗାଦ୍ଦୀଙ୍କ ଫଟୋ ଦେଖିବାକୁ ମିଳିଛି ଯାହାର ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାଇରାଲ ଭିଡିଓରେ ଜଣେ ବ୍ୟକ୍ତି କହୁଛନ୍ତି, ସେମାନେ ମହାତ୍ମା ଗାନ୍ଧୀଙ୍କ ନାମରେ ବିୟର ବିକ୍ରି କରୁଛନ୍ତି ଏବଂ ଆମେ ଏହାକୁ ଆମ ମୁଦ୍ରାରେ ଲଗାଉଛୁ । ଏହି ବିୟର କୁ ରିଭେର୍ଟ ବ୍ରାଣ୍ଡ ପ୍ରସ୍ତୁତ କରିଥିଲା । କେନ ବୋତଲରେ ମଧ୍ୟ ଗାନ୍ଧୀଙ୍କ ଛବି ସହ ଦସ୍ତଖତ ରହିଛି ।ଏହି ଭିଡିଓକୁ ନେଇ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଗାନ୍ଧୀ ସାରା ଜୀବନ ମଦରୁ ଦୂରେଇ ରହିବାକୁ ସମର୍ଥନ କରୁଥିବାରୁ ଅନେକ ଏହାକୁ ବିଡ଼ମ୍ବନାବୋଲି ବର୍ଣ୍ଣନା କରିଛନ୍ତି । ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ମଧ୍ୟ ଏହି ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ।