ଝାଡ଼ଖଣ୍ଡରେ କଡ଼ା ଟକ୍କର: ଇଣ୍ଡିଆ-ଏନ୍ଡିଏ ମେଣ୍ଟ ଆଗ-ପଛ
ରାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ଭୋଟ ଗଣନା ଜାରି ରହିଛି। ପ୍ରାରମ୍ଭିକ ଟେଣ୍ଡରେ ଇଣ୍ଡିଆ ଏବଂ ଏନ୍ଡିଏ ମେଣ୍ଟ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ଏବେ ପୁଣି ରାଜ୍ୟରେ ୩୮ଟି ଆସନରେ ଭାଜପା ମିଳିତ ମେଣ୍ଟ ଆଗରେ ରହିଛି। ଜେଏମଏମ ମିଳିତ ମଞ୍ଚ ୩୩ଟି ସିଟରେ ଏବଂ ଅନ୍ୟ ୭ଟି ସିଟରେ ଆଗୁଆ ରହିଛି।
ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା (ଜେଏମ୍ଏମ୍) ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ସେଠାରେ କ୍ଷମତା ବଜାୟ ରଖିବା ପାଇଁ ଲକ୍ଷ୍ୟ ରଖିଥିବାବେଳେ ଭାଜପା ପୁଣିଥରେ କ୍ଷମତାକୁ ଫେରିବା ନେଇ ଆଶାବାଦୀ ରହିଛି। ଝାଡ଼ଖଣ୍ଡରେ ୬୮.୯୫ ପ୍ରତିଶତ ମତଦାନ ହୋଇଥିଲା।