ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ଉପରେ ହାଇକୋର୍ଟ ଲଗାଇଲେ ରୋକ୍

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ବେଲ୍ ପାଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହାଇକୋର୍ଟରୁ ଲାଗିଛି ଝଟକା।

 ଏହି ମାମଲା ଉପରେ ରାଉଜ ଏବେନ୍ୟୁ କୋର୍ଟ ଦେଇଥିବା ବେଲ୍ ଅର୍ଡର ଉପରେ ରୋକ୍ ଲଗାଇଛନ୍ତି ଉଚ୍ଚ ନ୍ୟାୟାଳୟ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କରିଥିବା ଆବେଦନ ଉପରେ ଶୁଣାଣି ନ ସରିବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଜାମିନରେ ଯାଇ ପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।