ଜୟଦେବ ଜୟନ୍ତୀ ପାଳିତ 

 ଭୁବନେଶ୍ୱର : ଛତ୍ରପୁର ସ୍ଥିତ ଜିଲ୍ଲା ସଂସ୍କୃତି ଭବନରେ ଗଞ୍ଜାମ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଜିଲ୍ଲାସ୍ତରୀୟ କବି ଜୟଦେବଙ୍କ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଛି । ଗଞ୍ଜାମ ଜିଲ୍ଲା ସଂସ୍କୃତି ଅଧିକାରୀ ରବି ନାରାୟଣ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ, ଅଧ୍ୟାପକ ଭି. ରାଜେନ୍ଦ୍ର ରାଜୁ, ସାହିତି୍ୟକ ଓ କବି ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର, ଓଡିଶୀ ନୃତ୍ୟ ଶିଳ୍ପୀ ଅଳକା ସାହୁ, ସାହିତି୍ୟକ ବ୍ରଜ ଆଚାର୍ଯ୍ୟ, ଛତ୍ରପୁର ସରକାରୀ ବିଜ୍ଞାନ କଲେଜ ଅଧ୍ୟକ୍ଷ ଅଜୟ ତ୍ରିପାଠୀ ପ୍ରମୁଖ ଯୋଗଦେଇ ଜୟଦେବଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ କବି ଜୟଦେବଙ୍କ ଜୀବନଚର୍ଯ୍ୟା ଏବଂ ତାଙ୍କ ଆଦର୍ଶ ସେ କିଭଳି ଶ୍ରୀକୃଷ୍ଣ ଏବଂ ଓଡିଶାର ଆରାଧ୍ୟ ଦେବତାଙ୍କ ସମ୍ପର୍କିତ କାଳଜୟୀ ଗୀତ ଗୋବିନ୍ଦ ରଚନା କରି ସର୍ବବ୍ୟାପୀ ପ୍ରଶଂସନୀୟ ପାତ୍ର ହୋଇପାରିଛନ୍ତି ତାହା ଜଣାଇ ଗୀତକ ଗୋବିନ୍ଦ ପଦ୍ୟାବଳୀ ଆବୃତ୍ତି କରି ଉଦାହରଣ ଦେଇଥିଲେ । ଏହି ଅବସରରେ ଜୟଦେବଙ୍କ ଦ୍ୱାରା ରଚିତ ଗୀତ ଗୋବିନ୍ଦ ଗାନ କରାଯାଇଥିଲା  । ବିଭିନ୍ନ ଅନୁଷ୍ଠାନର କଳାକାର ଓଡିଶୀ ନୃତ୍ୟ ଓ ସାଂସ୍କୃତିକ ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଦିବାକର ବିଷୋୟୀ, ଜୀବନ କୁମାର ମହାରଣା, ପ୍ରଶାନ୍ତ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ  ।