ବାଉଁଶରେ ଟଣା ହୁଏ ରଥ

ବାଉଁଶରେ ଟଣା ହୁଏ ରଥ


 କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ରଗଡି ପଞ୍ଚାୟତରେ ବିଜେ ଶ୍ରୀମହିମାମଣିଦେବଙ୍କ ରଥଯାତ୍ରାର ନିଆରା ପରମ୍ପରର ରହି ଆସିଛି ।  ୧୬୮୧ ମସିହାରେ ଏହି ମନ୍ଦିର ନିର୍ମାଣ କରାଯାଇଥିଲା । ଯେଉଁଠି ମହିମାମଣି ରୂପରେ ପୂଜା ପାିଆସୁଛନ୍ତି ଏକମାତ୍ର ଠାକୁର କାଳିଆ ସାଆନ୍ତ । ଏଠାରେ ମହିମାମଣିଙ୍କ ରଥ ମନ୍ଦିର ଶୈଳୀରେ ନିର୍ମାଣ କରାଯାଇଥାଏ ।  ଏହାସହ ରଥକୁ ଟାଣିବା ପାଇଁ କତା ଦଉଡି ପରିବର୍ତ୍ତେ ବ୍ୟବହୃତ ହୁଏ ଶକ୍ତ ବାଉଁଶ । ବାଉଁଶର ଗୋଟିଏ ମୁଣ୍ଡକୁ ଦୁଇଫାଳ କରି ରଥରେ ବନ୍ଧାଯାଏ  ଓ ଅପରପାଶ୍ୱର୍କୁ ଭକ୍ତମାନେ ମିଶି ଟାଣିଥାଆନ୍ତି ।  ପୁରୀ ବାହୁଡା ଯାତ୍ରାର ଠିକ୍ ପରଦିନ ମହିମାମଣିଙ୍କ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଥାଏ । କିମ୍ବଦନ୍ତୀ କୁହେ , ବର୍ଗୀ ଆକ୍ରମଣକୁ ପ୍ରତିହତ କରିବା ପାଇଁ ପୁରୀ ଗଜପତି ବୌଦ୍ଧରେ ଅବସ୍ଥାନ କରିଥିଲେ । ଏହି ସମୟରେ ନିତ୍ୟ ପୂଜା ପାଇଁ ମହିମାମଣିଙ୍କର ବିଗ୍ରହ ନିର୍ମିତ ହୋଇଥିଲା । ପରେ ବାଙ୍କୀ ରାଜା ବୌଦ୍ଧ ରାଜକନ୍ୟଙ୍କୁ ବିବାହ କରିଥିଲେ । ବୌଦ୍ଧ ରାଜା ଏହି ବିଗ୍ରହଙ୍କୁ ଉପହାର ସ୍ୱରୂପ ବାଙ୍କୀ ରାଜାଙ୍କୁ ପ୍ରଦାନ କରିଥିଲେ । ବାଙ୍କୀ ରାଜା ମହିମାମଣିଙ୍କ ମନ୍ଦିର ନିର୍ମାଣ କରି ସେହି ବିଗ୍ରହଙ୍କୁ ସ୍ଥାପନ କରିଥିଲେ ।  ମହିମାମଣିଙ୍କ ଦେବଙ୍କ ପ୍ରତିମାଙ୍କ ଉଚ୍ଚତା ପୁରୀ ଶ୍ରୀମନ୍ଦିରରେ ଅବସ୍ଥାପିତ ଶ୍ରୀବିଗ୍ରହଙ୍କ ପ୍ରତିମା ସହ ସାମଞ୍ଜସ୍ୟ ରହିଛଇ ବୋଲି ମନ୍ଦିରର ସେବାୟତ କହିଛନ୍ତି ।