ନୂଆବର୍ଷରେ ଫେରିଛି ଶୀତ
ଭୁବନେଶ୍ବର: ନୂଆବର୍ଷ ସହ ପାଦ ମିଳାଇ ଫେରିଛି ଶୀତ । ଆଜିଠାରୁ ଆସନ୍ତା ୩ ତାରିଖ ପର୍ୟ୍ୟନ୍ତ ଶୁଖିଲା ପାଗ ରାଜ୍ୟର ବିଭିନ୍ନ ସ୍ଥାନରେ ବଢିବ ଶୀତ । ଏହାସହ ରାତି ତାପମାତ୍ରା ୨ରୁ ୪ ଡ଼ିଗ୍ରୀ ଖସିବ ପାରଦ । ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ୩ ଜିଲ୍ଲା କନ୍ଧମାଳ, କୋରାପୁଟ ଏବଂ ଅନୁଗୁଳ କୁହୁଡି ନେଇ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।ଚଳିତ ବର୍ଷ ଡିସେମ୍ବର ମାସରେ ୨ଟି ସ୍ପେଲରେ ପାଖାପାଖି ୧୦ ଦିନ ଶୀତ ଅନୁଭୂତ ହୋଇଥିବା ବେଳେ ଜାନୁଆରୀରେ ମଧ୍ୟ ଶୀତର ପ୍ରକୋପ ରହିବ ବୋଲି ବିଭାଗ ପୂର୍ବାନୁମାନ କରିଛି । ହେଲେ ରାଜ୍ୟରେ ପଶ୍ଚିମା-ଝଡ଼ ପ୍ରଭାବରେ ଶୀତର ପ୍ରକୋପ କମ ରହିବ ବୋଲି ପୂର୍ବାନୁମାନ କରିଛି ବିଭାଗ । ତେବେ ପାଗରେ ଅସ୍ବାଭାବିକ ପରିବର୍ତ୍ତନ କାରଣରୁ ଶୀତ ଉଭାନ ହୋଇଯାଇଥିଲା । ଲଘୁଚାପ ପ୍ରଭାବରେ ବର୍ଷା ଲାଗିରହିବା ତାପମାତ୍ରା ପୁଣି ଥରେ ସାମାନ୍ୟ ବଢିଥିଲା । କିଛି ଦିନର ବ୍ୟବଧାନରେ ଆସନ୍ତାକାଲିଠାରୁ ତାପମାତ୍ରା ପ୍ରାୟ ୨ରୁ ୪ ଡିଗ୍ରୀ ହ୍ରାସ ପାଇବା ସହ ଶୀତର ପରିମାଣ ମଧ୍ୟ ବଢିବ । ଶୀତର ଅନୁଭବ ସହ ନୂଆବର୍ଷର ମଜା ନେବେ ରାଜ୍ୟବାସୀ ।