ଅଗଷ୍ଟ ସୁଦ୍ଧା ଭୁଶୁଡ଼ିବ ମୋଦି ସରକାର : ଲାଲୁ ଯାଦବ

ଅଗଷ୍ଟ ସୁଦ୍ଧା ଭୁଶୁଡ଼ିବ ମୋଦି ସରକାର : ଲାଲୁ  ଯାଦବ

ନୂଆଦିଲ୍ଲୀ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଆଜି ବଡ଼ ଦାବି କରିଛନ୍ତି। କେନ୍ଦ୍ରରେ ନରେନ୍ଦ୍ର ମୋଦି ଗଠନ କରିଥିବା ମେଣ୍ଟ ସରକାର ଅଗଷ୍ଟ ମାସ ସୁଦ୍ଧା ଭୁଶୁଡ଼ି ପଡ଼ିବ ବୋଲି ସେ କହିଛନ୍ତି।

ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ୨୯୩ଟି ଆସନ ଜିତି ବିଜେପି ନେତୃତ୍ୱାଧୀନ ଏନଡିଏ କେନ୍ଦ୍ରରେ ସରକାର ଗଠନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି।କିନ୍ତୁ ବିଜେପି ଏକାକୀ ୨୪୦ଟି ଆସନ ଜିତିଛି। ଏହା ମ୍ୟାଜିକ ନମ୍ବର ଠାରୁ ୩୨ କମ। ତେଣୁ ଦଳକୁ ନୀତୀଶ କୁମାରଙ୍କ ଜେଡିୟୁ ଓ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଭରସାରେ ସରକାର ଚଳାଇବାକୁ ପଡ଼ୁଛି। ଏହି ଦୁଇ ଜଣ ବାରମ୍ବାର ପଟ ପରିବର୍ତ୍ତନ କରିବାରେ ମାହିର ଥିବାରୁ ଲାଲୁ ଆଜି କେନ୍ଦ୍ରରେ ଥିବା ମୋଦି ସରକାର ଅଗଷ୍ଟ ମାସ ସୁଦ୍ଧା ଭୁଶୁଡ଼ି ପଡ଼ିବ ବୋଲି ଦାବି କରିଛନ୍ତି।ସେ କହିଛନ୍ତି, “କେନ୍ଦ୍ରରେ ଥିବା ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଅତ୍ୟନ୍ତ ଦୁର୍ବଳ। ମୁଁ ଦଳର କର୍ମୀମାନଙ୍କୁ ଆହ୍ୱାନ ଦେବାକୁ ଚାହୁଁଛି ଯେ ସେମାନେ ପ୍ରସ୍ତୁତ ରହିଥାଆନ୍ତୁ। କାରଣ ଯେକୌଣସି ମୁହୂର୍ତ୍ତରେ ନିର୍ବାଚନ ପୁଣି ହୋଇପାରେ। ଦିଲ୍ଲୀରେ ଥିବା ମୋଦି ସରକାର ବେଶ ଦୁର୍ବଳ। ଏହା ଅଗଷ୍ଟ ମାସ ସୁଦ୍ଧା ଭୁଶୁଡ଼ି ଯାଇପାରେ।”