ଜିତିଲା ପଞ୍ଜାବ କିଙ୍ଗ୍ସ
ନୂଆଦିଲ୍ଲୀ : ୧୧ ରନ୍ ବିନିମୟରେ ପଞ୍ଜିବ କିଙ୍ଗସ ଜିତିଲା । ମଙ୍ଗଳବାର ଅହମ୍ମଦାବାଦଠାରେ ଖେଳାଯାଉଥିବା ଆଇପିଏଲ୍ର ଏକ ଲିଗ ମ୍ୟାଚ୍ରେ ଶ୍ରେୟସ୍ ଆୟରଙ୍କ ବିସ୍ଫୋରକ ଇନିଂସ ବଳରେ ରନ୍ର ପାହାଡ଼ ଛିଡ଼ା କରିଥିଲା ପଞ୍ଜାବ କିଙ୍ଗ୍ସ । ୨୦ ଓଭରରେ ୫ ୱିକେଟ ହରାଇ ପଞ୍ଜାବ ୨୪୩ ରନ୍ କରିଥିଲା । ବିଜୟର ଲକ୍ଷ୍ୟ ନେଇ ଗୁଜରାଟ ଆରମ୍ଭ କରିଥିଲା ଇନିଙ୍ଗସ । ହେଲେ ପଞ୍ଜାବର ବୋଲର ଆଗରେ ଫିକା ପଡ଼ି ଯାଇଥିଲେ ଗୁରୁରାଟ ।
ଏହି ମ୍ୟାଚରେ ଗୁଜଟାର ଟସ୍ ଜିତି ପଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ଦଳ ଆରମ୍ଭରୁ ପ୍ରଭସମିରନଜିତ ସିଂ (୫ ରନ) ୱିକେଟ ହରାଇଥିଲେ ବି ପ୍ରିୟାଂଶ ଆର୍ଯ୍ୟା ଓ ଶ୍ରେୟସ ଆୟର ଲଢୁଆ ବ୍ୟାଟିଂ କରି ସ୍କୋରକୁ ଦ୍ରୁତ ଗତିରେ ଆଗେଇ ନେଇଥିଲେ । ଶ୍ରେୟସ ୪୨ ବଲରେ ୯୭ ରନ କରିଥିବାବେଳେ ଆର୍ଯ୍ୟା ୪୭ ରନ କରିଥିଲେ । ଅର୍ଥତ ଶ୍ରେୟସ ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିବାବେଳେ ଆର୍ଯ୍ୟା ଅଳ୍ପକେ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ । ଶେଷ ବେଳକୁ ମାର୍କସ ଷ୍ଟୋଇନିସ୍ ୨୦ ରନ କରିଥିବାବେଳେ ଶଶାଙ୍କ ସିଂ ୪୪ ରନ କରିଥିଲେ ।
ଗୁଜରାଟ ପକ୍ଷରୁ ସାଇ କିଶୋର ୩ଟି ୱିକେଟ ନେଇଥିବାବେଳେ ରବାଡା ଓ ରଶିଦ ଖାଁ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।
ସେହିପରି ଗୁଜୁରାଟର ସାଇ ସୁଦର୍ଶନ ୪୧ ବଲରେ ୭୪, ଗିଲ ୧୪ ବଲ୍ରେ ୩୩, ଗୋସ୍ ବୋଟଲର ୩୩ ବଲରେ ୫୪, ସେରଫେନ ୨୮ ବଲରେ ୪୬, ରାହୁଲ ୨ ବଲରେ ୬, ସାହାରୁଖ ଖାନ ୧ ବଲରେ ୬ (ନଟ ଆଉଟ), ଆର୍ଶଦ ଖାନ ୧ ବଲରେ ୧ ରନ୍ (ନଟ୍ ଆଉଟ) କରି ୨୩୨ କରି ହାରି ଯାଇଥିଲେ ।