ପୁରୁଷଙ୍କ ବନ୍ଧ୍ୟାତ୍ୱ କାରଣ


ଆଜିର ଡିଜିଟାଲ ଯୁଗରେ ଯେତେବେଳେ ଲାପ୍ଟପ ଓ ମୋବାଇଲ ଡିଭାଇସଗୁଡିକ ଅତ୍ୟାବଶ୍ୟକ ସାଥୀରେ ପରିଣତ ହୋଇଛନ୍ତି, ସେତେବେଳେ ପ୍ରଜନନ ସ୍ୱାସ୍ଥ୍ୟ ଉପରେ ସେଗୁଡିକର ସମ୍ଭାବ୍ୟ ପ୍ରଭାବକୁ ନେଇ ଚିନ୍ତା ସୃଷ୍ଟି ହୋଇଛି । ଏଭଳି ଏକ ଚିନ୍ତା ହେଉଛି ଅତ୍ୟଧିକ ଲାପ୍‌ଟପ ଓ ମୋବାଇଲ ବ୍ୟବହାର ପୁରୁଷଙ୍କର ବନ୍ଧ୍ୟାତ୍ୱ ସମ୍ଭାବ୍ୟ ସଂଯୋଗ, ଏକ ସ୍ଥିତି ଯାହା ଓଲିଗୋସ୍ପର୍ମିଆ ଭାବେ ଜଣାଶୁଣା ।

କିଶୋରଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତ ବୟସ ବର୍ଗର ପୁରୁଷମାନଙ୍କୁ ପ୍ରଭାବିତ କରୁଥିବା ଓଲିଗୋସ୍ପର୍ମିଆ ହେଉଛି ପ୍ରଜନନ ପାଇଁ ଏକ ସାଧାରଣ ପ୍ରତିବନ୍ଧକ । ବୟସ, ଜୀବନଶୈଳୀ, ଅନ୍ତର୍ନିହିତ ଅସୁସ୍ଥତା ଏବଂ ନିର୍ଦ୍ଧଷ୍ଟ ପରିବେଶୀୟ କାରକଗୁଡିକ ପ୍ରତି ଏକ୍ସପୋଜର ଓଲିଗୋସ୍ପର୍ମିଆ ବିକଶିତ ହେବାର ସମ୍ଭାବନାକୁ ବୃଦ୍ଧି କରିପାରେ ।

ପୁରୁଷ ବନ୍ଧ୍ୟାତ୍ୱ : ଅନେକ ଭୁଲଧାରଣା ଓ ଅପବାଦ ଦ୍ୱାରା ଘେରି ରହୁଥିବା ଏକ ପ୍ରସଙ୍ଗ ପୁରୁଷ ବନ୍ଧ୍ୟାତ୍ୱରେ ବିଭିନ୍ନ ସ୍ଥିତି ଅନ୍ତର୍ଭୁକ୍ତ ରହିଥାଏ ଯାହା ଜଣେ ପୁରୁଷଙ୍କ ପିତା ହେବାର କ୍ଷମତାକୁ ପ୍ରଭାବିତ କରିପାରେ ।


ପୁରୁଷ ବନ୍ଧ୍ୟାତ୍ୱ ଓ ଓଲିଗୋସ୍ପର୍ମିଆ ସ୍ପଷ୍ଟ ଓ ନିର୍ଦ୍ଧିଷ୍ଟ ବାହ୍ୟ ଲକ୍ଷଣ ପ୍ରକାଶ କରିନଥାନ୍ତି ଏବଂ ସେଥିରେ ସ୍ୱତନ୍ତ୍ର ପରୀକ୍ଷଣ ସାମିଲ ରହିଥାଏ । କିଛି ନିର୍ଦ୍ଧିଷ୍ଟ ସୂଚକ ବା ଲକ୍ଷଣ ମଧ୍ୟରେ ନିମ୍ନଗୁଡିକ ସାମିଲ ରହିପାରେ:

ଅନ୍ୟ କେତକ ବିଶେଷ କାରଣ ସହ ଅସାଧାରଣ ଶାରୀରିକ ସମସ୍ୟା: ପ୍ରଜଜନ ତନ୍ତ୍ରରେ ସଂକ୍ରମଣ, ଶ୍ୱାସନଳୀରେ ବାରମ୍ବାର ସଂକ୍ରମଣ, ଶୁଙ୍ଘିବାରେ ଅକ୍ଷମତା ଓ ପୁରୁଷଙ୍କଠାରେ ଗାଇନେକୋମାସ୍ତିଆ ଆଦିକୁ ପୁରୁଷ ବନ୍ଧ୍ୟାତ୍ୱର ଲକ୍ଷଣ ଭାବେ ବିବେଚନା କରାଯାଇପାରିବ ।

 ବଂଶଗତ କାରକ: ଢାଂଚାଗତ କିମ୍ବା କ୍ରୋମୋଜୋମରେ ଅସ୍ୱଭାବିକତା ସମେତ ବଂଶଗତ ଅସ୍ୱଭାବିତାଗୁଡିକ ଓଲିଗୋସ୍ପର୍ମିଆ ସୃଷ୍ଟି କରିପାରନ୍ତି ଭାରିକୋସେଲେ: ସ୍କ୍ରୋଟମ ମଧ୍ୟରେ ଶିରାର ବୃଦ୍ଧିକୁ ଭେରିକୋସେଲେ କୁହାଯାଇଥାଏ, ଯାହା ରକ୍ତ ପ୍ରବାହରେ ବ୍ୟାଘାତ ସୃଷ୍ଟି କରିପାରେ ଏବଂ ଟେଷ୍ଟିକୁଲାର ତାପମାତ୍ରା ବୃଦ୍ଧି କରିପାରେ, ଏହି ପୁରୁଷଙ୍କ ପ୍ରଜଜନ ଶକ୍ତି ଉପରେ ପ୍ରଭାବ ପକାଇପାରେ ।

 ହର୍ମୋନରେ ଅସନ୍ତୁଳନ: ନିମ୍ନ ସ୍ତରର ଟେଷ୍ଟୋଷ୍ଟେରୋନ କିମ୍ବା ଉଚ୍ଚ ସ୍ତରର ଏଷ୍ଟ୍ରୋଜେନ୍ ଭଳି ହର୍ମୋନ ସନ୍ତୁଳନରେ ବ୍ୟାଘାତ ମଧ୍ୟ ପ୍ରଭାବିତ କରିପାରେ ।