ମୁଁ ମୋଦି ସରକାରଙ୍କ ସହ ଅଛି: ମମତା ବାନାର୍ଜୀ

ମୁଁ ମୋଦି ସରକାରଙ୍କ ସହ ଅଛି: ମମତା ବାନାର୍ଜୀ

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିଧାନସଭାରେ କହିଛନ୍ତି ଯେ ମୁଁ ବାଂଲାଦେଶରେ ହିନ୍ଦୁମାନଙ୍କୁ ନିର୍ଯ୍ୟାତନା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସହ ଅଛି।
ମମତା କହିଛନ୍ତି ଯେ ମୋର ସରକାରଙ୍କ ନୀତି ହେଉଛି ଯେ ଯେତେବେଳେ ଅନ୍ୟ ଦେଶ କଥା ଆସେ, ଆମେ କେନ୍ଦ୍ର ସରକାରଙ୍କ ସହ ଛିଡା ହେବା। ଯଦି କୌଣସି ଧର୍ମର ଲୋକଙ୍କ ପ୍ରତି ଅତ୍ୟାଚାର ହୁଏ, ତେବେ ଆମେ ଏହାକୁ ଦୃଢ ନିନ୍ଦା କରୁଛୁ। ଯଦି ବାଂଲାଦେଶରେ କୌଣସି ଧର୍ମର ଲୋକଙ୍କୁ ନିର୍ଯ୍ୟାତନା ଦିଆଯାଏ, ତେବେ ଆମେ ଏହାକୁ ସମର୍ଥନ କରୁନାହୁଁ।