ନିର୍ବାଚନ ଆୟୋଗ ସହ ଇସ୍ରୋ ବୈଜ୍ଞାନିକଙ୍କ ସଫଳତା ପାଇଁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନିର୍ବାଚନ ଆୟୋଗ ସହ ଇସ୍ରୋ ବୈଜ୍ଞାନିକଙ୍କ ସଫଳତା ପାଇଁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ଆଜି ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୨୫ର ପ୍ରଥମ ମନ କି ବାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି , ପ୍ରଧାନମନ୍ତ୍ରୀ ନରେଦ୍ର ମୋଦିଙ୍କ ୧୧୮ ତମ ମନ କି ବାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି  , ମନ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱର୍କ, ଆକାଶବାଣୀ ୱେବ୍‌ସାଇଟ୍ ଓ Newsonair ମୋବାଇଲ୍ App ରେ ଉପଲବ୍ଧ  ହୋଇଥାଏ , ଏହା ମଧ୍ୟ ଆକାଶବାଣୀ, DD News, PMO ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ସିଧାପ୍ରସାରଣ ହୋଇଥାଏ ।ଚଳିତ ବର୍ଷର ଗଣତନ୍ତ୍ର ଦିବସ ବେଶ୍ ସ୍ୱତନ୍ତ୍ର ବୋଲି କହିଛନ୍ତି ମୋଦି । କାରଣ ଚଳିତ ବର୍ଷ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କରିବ ଦେଶ । ଚଳିତ ବର୍ଷ ସମ୍ବିଧାନ ଲାଗୁ ହେବାର ୭୫ ବର୍ଷ ହେବାକୁ ଯାଉଛି । ୨୫ ଜାନୁଆରୀରେ ନିର୍ବାଚନ ଆୟୋଗ ଗଠନ ହୋଇଥିଲା । ଯେଉଁଥିପାଇଁ ଏହି ଦିନଟିକୁ 'ଜାତୀୟ ଭୋଟର ଦିବସ' ଭାବେ ପାଳନ କରାଯାଉଛି ।

ଦେଶରେ ଯେତେବେଳେ ୧୯୫୧-୫୨ ମସିହାରେ ପ୍ରଥମ ଥର ନିର୍ବାଚନ ହୋଇଥିଲା, ସେତେବେଳେ କିଛି ଲୋକଙ୍କ ମନରେ ଆଶଙ୍କା ଥିଲା ଯେ, କଣ ଦେଶର ଲୋକତନ୍ତ୍ର ଜୀବିତ ରହିବ ? ଆମ ଦେଶର ଲୋକତନ୍ତ୍ର ସବୁ ଆଶଙ୍କାକୁ ଭୁଲ ସାବ୍ୟସ୍ତ କରି ଗଣତନ୍ତ୍ରର ଜନନୀର ପରିଚୟ ହାସଲ କରିଛି  । ଗତ ଦଶନ୍ଧୀରେ ଦେଶର ଗଣତନ୍ତ୍ର ସଶକ୍ତ ହୋଇଛି । ଗଣତନ୍ତ୍ର ପ୍ରକ୍ରିୟାରେ ସାମିଲ ହେବାକୁ ଦେଶବାସୀଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ  । ପ୍ରୟାଗରାଜ ମହାକୁମ୍ଭ ମେଳାକୁ ନେଇ ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, "ପ୍ରୟାଗରାଜରେ ମହାକୁମ୍ଭ ମେଳାର ଆରମ୍ଭ ହୋଇଯାଇଛି । ସେଠାରେ ଜନ ସମୁଦ୍ର, ଅକଳ୍ପନୀୟ ଦୃଶ୍ୟ ଓ ସମାନତା- ସମନ୍ବୟର ଅସାଧାରଣ ମିଳନ ଦେଖିବାକୁ ମିଳିଛି ।  ହଜାର ହଜାର ବର୍ଷ ଧରି ଚାଲି ଆସୁଥିବା ଏହି ପରମ୍ପରାରେ କେଉଁଠି ବି ଭେଦଭାବ, ଜାତିବାଦ ଦେଖିବାକୁ ମିଳେନାହିଁ  ।  ଯେଉଁଥିପାଇଁ କୁମ୍ଭ ଏକତାର ମହାକୁମ୍ଭ ।  କୁମ୍ଭ ମେଳାର ଆୟୋଜନ ଆମକୁ ଏହା ଦର୍ଶାଇ ଥାଏ ଯେ, କିଭଳି ଆମ ପରମ୍ପରା ସମଗ୍ର ଭାରତକୁ ଏକସୁତ୍ରରେ ବାନ୍ଧି ରଖେ ।

ଆଉମଧ୍ୟ ୨୦୨୫ ଆରମ୍ଭରୁ ଭାରତ ଅନ୍ତରୀକ୍ଷ କ୍ଷେତ୍ରରେ ଅନେକ ଐତିହାସିକ ସଫଳତା ହାସଲ କରିଛି । ଭାରତର ସ୍ପେଶ-ଟେକ୍ ଷ୍ଟାର୍ଟଅପ ବାଙ୍ଗାଲୁରୁର ପିକ୍ସେଲ ଭାରତର ପ୍ରଥମ ନିଜ ସାଟେଲାଇଟ କନଷ୍ଟେଲେସନ- ଫାୟାରଫ୍ଲାଏ ସଫଳତା ଭାବେ ଲଞ୍ଚ କରିଥିଲା ।  କିଛି ଦିନ ପୂର୍ବେ ଆମ ବୈଜ୍ଞାନିକମାନେ ସାଟଲାଇଟର ସ୍ପେଶ ଡକିଂ କରାଇଛନ୍ତି । ଏହି ଟେକ୍ନିକ ଅନ୍ତରୀକ୍ଷରେ ସ୍ପେଶ ଷ୍ଟେସନ ପର୍ଯ୍ୟନ୍ତ ସପ୍ଲାଏ ପଠାଇବା ପାଇଁ ଓ କ୍ରିଉ ମିଶନ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ।  ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗ ଉପରେ ନିଜର ମାସିକ ରେଡିଓ କାର୍ଯ୍ୟକ୍ରମ 'ମନ କି ବାତ୍‌'ରେ ଦେଶବାସୀଙ୍କୁ ନିଜର ମନର କଥା କୁହନ୍ତି । ଦେଶ ବିଦେଶରେ ଏହି ମାସିକ ରେଡିଓ କାର୍ଯ୍ୟକ୍ରମର ବହୁ ଲୋକପ୍ରିୟତା ରହିଛି । କାର୍ଯ୍ୟକ୍ରମରେ ବିଭିନ୍ନ ବିଷୟରେ ସଫଳତା ହାସଲ କରିଥିବା ବ୍ୟକ୍ତିତ୍ୱଙ୍କ ବିଷୟରେ କହିଥାଆନ୍ତି ପ୍ରଧାନମନ୍ତ୍ରୀ । ମାସର ଶେଷ ରବିବାରରେ ଏହି କାର୍ଯ୍ୟକ୍ରମ ପ୍ରସାରିତ ହୋଇଥାଏ  ।