ମନୁ ଭାକରଙ୍କ ଆଈ-ମାମୁଁଙ୍କ ମୃତ୍ୟୁ: ପରିବାରରେ ଶୋକର ଲହର

ମନୁ ଭାକରଙ୍କ ଆଈ-ମାମୁଁଙ୍କ ମୃତ୍ୟୁ: ପରିବାରରେ ଶୋକର ଲହର

ଚଣ୍ଡିଗଡ଼: ଅନ୍ତର୍ଜାତୀୟ ଶୁଟିଂ ଖେଳାଳି ମନୁ ଭାକରଙ୍କ ପରିବାରକୁ ଏକ ବଡ଼ ଝଟ୍‌କା ଲାଗିଛି। ହରିୟାଣା ମହେନ୍ଦ୍ରଗଡ଼ ବାଇପାସ୍‌ ରାସ୍ତାରେ ଏକ ଦୁର୍ଘଟଣାରେ ତାଙଙ୍କ ଆଈ ଏବଂ ମାମୁଁଙ୍କ ମୃତ୍ୟୁ ଘଟିଛି। ଏହା ଜଣାପଡ଼ିବା ପରେ ପରିବାରରେ ଶୋକର ଲହରୀ ଖେଳି ଯାଇଛି।

ରିପୋର୍ଟ ମୁତାବକ, ବାଇପାସ୍‌ ରୋଡ୍‌ରେ ଦୁହେଁ ସ୍କୁଟିରେ ଯାଉଥିଲେ। ତାଙ୍କୁ ଏକ ବ୍ରେଜା ଗାଡ଼ି ଜୋରଦାର୍‌ ଧକ୍କା ଦେଇଥିଲା। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଉଭୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏହାପରେ ଦୁର୍ଘଟଣା ଘଟାଇଥିବା ଗାଡ଼ିର ଡ୍ରାଇଭର ଫେରାର ହୋଇଯାଇଥିଲେ। ଏନେଇ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ସିଭିଲ୍‌ ହସ୍ପିଟାଲକୁ ପଠାଇଛନ୍ତି। ତେବେ ତାଙ୍କ ମାମୁଁଙ୍କ ବୟସ ୫୦ ବର୍ଷ ହୋଇଥିବା ବେଳେ ଆଈଙ୍କ ବୟସ ୭୦ ବର୍ଷ ଥିଲା।ତେବେ ଏହି ଦୁର୍ଘଟଣା ଏଭଳି ସମୟରେ ହୋଇଛି ଯେତେବେଳେ ମାତ୍ର ୨ ଦିନ ପୂର୍ବେ ମନୁ ଭାକରଙ୍କୁ ରାଷ୍ଟ୍ରପତି ଖେଳରତ୍ନ ପୁରସ୍କାରରେ ସମ୍ମାନିତ କରିଥିଲେ। ଫଳରେ ସମଗ୍ର ପରିବାର ଗଭୀର ଭାବେ ମର୍ମାହତ ହୋଇଛି।