ମନ କି ବାତରେ ମୟୂରଭଞ୍ଜ ଯୁବକ

ଭୁବନେଶ୍ୱର: ପୁଣି ନିଜର ମନ କି ବାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା କଥା ଉଠାଇଛନ୍ତି । ମାତୃଭାଷାକୁ ନେଇ ମୟୂରଭଞ୍ଜ ଜିଲ୍ଲାର ଉଦାହରଣ ଦେଇଛନ୍ତି । ସାନ୍ତାଳି ଭାଷା ପାଇଁ ମୟୂରଭଞ୍ଜ ଯୁବକଙ୍କ ଅବଦାନ କଥା କହିଛନ୍ତି । ନିଜ ମାତୃଭାଷା ପାଇଁ ରାମଜିତ ଟୁଡୁ ଗୌରବ ଆଣିଛନ୍ତି । ରାମଜିତ ସାନ୍ତାଳି ଭାଷାକୁ ଡିଜିଟାଲାଇଜେସନ କରିପାରିଛନ୍ତି । ତାଙ୍କ ଉଦ୍ୟମ ଯୋଗୁ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ସାନ୍ତାଳି ଭାଷା ପହଞ୍ଚି ପାରିଛି । ରାମଜିତଙ୍କ ପାଇଁ ସାନ୍ତାଳି ଭାଷା ଡିଜିଟାଲି ପଢ଼ିବା ସହ ଲେଖାଯାଇପାରୁଛି ।