ଧୂଳିସାତ ହେବ ଚୋରା ମଦ ନେଟୱାର୍କ

Exciese Policy Odisha

ଧୂଳିସାତ ହେବ ଚୋରା ମଦ ନେଟୱାର୍କ

ଭୁବନେଶ୍ୱର : ମୋହନ ସରକାର ଏକ ବଡ଼ ନିଷ୍ପତି ନେଇଛନ୍ତି  । ବର୍ଷକ ମଧ୍ୟରେ ଚୋରା ମଦ କାରବାର ନେଟୱାର୍କ ଖତମ ହୋଇଯିବ  । ବିଧାନସଭାରେ ଏହିକଥା କହିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ  । ଯେପର୍ଯ୍ୟନ୍ତ ଏହି ନେଟୱାର୍କ ଧୂଳିସାତ୍‌ ହୋଇନାହିଁ, ସେ ପର୍ଯ୍ୟନ୍ତ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ଜାରିରହିବ  । ଆଗାମୀ ଦିନରେ ନୂଆ ଅବକାରୀ ନୀତି ଆସିବ  । ବିଭିନ୍ନ ରାଜ୍ୟର ଭଲ ଭଲ ନିୟମକୁ ମିଶାଇ ଏହି ନୀତି ପ୍ରସ୍ତୁତ କରାଯିବ  । ସ୍କୁଲ, କଲେଜ ଓ ମନ୍ଦିର ପାଖରେ ମଦ ଦୋକାନ ବା ବାର୍‌ ଖୋଲିବାକୁ ଅନୁମତି ଦିଆଯିବ ନାହିଁ  । ସେହିପରି ରାଜ୍ୟରେ ଡ୍ୟାନ୍ସ ବାର ମଧ୍ୟ ବନ୍ଦ ହୋଇଯିବ  । ଅବକାରୀ ମନ୍ତ୍ରୀଙ୍କ ଏହି ଘୋଷଣା ଏବେ ମଦ ମାଫିଆମାନଙ୍କ ନିଦ ହଜାଇ ଦେଇଛି  । ଜଙ୍ଗଲ ଭିତରେ ଥିବା ଭାଟି ଉପରେ ଘନଘନ ଚଢ଼ାଉ ଜାରି ରହିଥିବାବେଳେ ଏଥିରେ ବି ବୁଲଡୋଜର ଚାଲିବ ବୋଲି ପୃଥ୍ୱୀରାଜ କହିଛନ୍ତି  ।