ମ୍ୟାନ୍ ଅଫ୍ ଦି ମ୍ୟାଚ୍ : ମାହି

ପୁଣି ଚର୍ଚ୍ଚାରେ ମହେନ୍ଦ୍ର ସିଂ ଧୋନୀ । ଆଇପିଏଲରେ ଇତିହାସ ରଚିଲେ କ୍ୟାପ୍ଟେନ ମାହି। ବୟସ୍କ ଖେଳାଳି ଭାବେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପାଇଛନ୍ତି । ଲଗାତାର ୫ଟି ମ୍ୟାଚ୍ରେ ପରାଜୟ ପରେ ବିଜୟର ସ୍ୱାଦ ଚାଖିଛି ଚେନ୍ନାଇ ସୁପରକିଙ୍ଗ୍ସ । ଆଉ ସେହି ବିଜୟ ହାସଲରେ ପ୍ରମୁଖ ଭୂମିକା ନେଇଛନ୍ତି କ୍ୟାପ୍ଟେନ ମହେନ୍ଦ୍ର ସିଂ ଧୋନୀ । ଧୋନୀଙ୍କ ବ୍ୟାଟ୍ରୁ ଛକା-ଚୌକା ବର୍ଷା ବି ହୋଇଛି । ଚଳିତ ସିଜିନ୍ରେ ଧୋନୀଙ୍କୁ ନେଇ ଟ୍ରୋଲ୍ ହେଉଥିବା ବେଳେ ନିଜ୍ ବ୍ୟାଟ୍ରୁ ଜବାବ ଦେଇଛନ୍ତି ମାହି । ଆଉ ଆଇପିଏଲ୍ ଇତିହାସର ବୟସ୍କ ଖେଳାଳି ଭାବେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପାଇଛନ୍ତି । ଗତକାଲି ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ବିପକ୍ଷରେ ମ୍ୟାଚ୍ ଜିତିଛି ଚେନ୍ନାଇ ସୁପରକିଙ୍ଗ୍ସ । ଧୋନୀ ୧୧ ବଲରେ ଅପରାଜିତ ୨୬ ରନର ଇନିଂସ ଖେଳି ଚେନ୍ନାଇ ଆଗରେ ଥିବା ୧୬୭ ରନର ଟାର୍ଗେଟକୁ ଶେଷ ଓଭରରେ ହାସଲ କରି ନେଇଛନ୍ତି । ଏହି ଇନିଂସ ପାଇଁ ଧୋନୀଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ମିଳିଛି ।