ସମସ୍ୟା ଦୂର କରିବ ଆମ୍ବ ପତ୍ର
ଆମ୍ବ ଗଛର ପତ୍ରକୁ ବି ଖାଇହେବ । ତେବେ ଏହାକୁ ଔଷଧ ଭଳି ଉପଯୁକ୍ତ ମାତ୍ରାରେ ଖାଇଲେ ବହୁ ଉପକାର ମିଳିଥାଏ ।
-ଆମ୍ବଗଛର କଅଁଳିଆ ପତ୍ରକୁ ସିଧାସଳଖ ଖାଇହେବ । ଏହି ପତ୍ରକୁ କେତେକ ସମ୍ପ୍ରଦାୟରେ ରାନ୍ଧିକରି ମଧ୍ୟ ଖାଆନ୍ତି । ତେବେ ଆୟୁର୍ବେଦରେ ଆମ୍ବପତ୍ରକୁ ବିଭିନ୍ନ ପ୍ରକାର ଔଷଧରେ ବ୍ୟବହାର ନିମନ୍ତେ ପରାମର୍ଶ ଦିଆଯାଏ ।
-ଆମ୍ବପତ୍ରରେ ଭିଟାମିନ୍ ଏ, ବି ଓ ସି ରହିଛି । ଏହା ମଧ୍ୟ ଆଣ୍ଟି ଅକ୍ସିଡାଣ୍ଟ ଗୁଣରେ ଭରପୂର । ତେଣୁ ଏହାକୁ ଔଷଧ ଭଳି କିଛି ମାତ୍ରାରେ ଖାଇହେବ । ଠଆମ୍ବପତ୍ର ଖାଇବା ଦ୍ୱାରା ରକ୍ତଚାପ ମଧ୍ୟ ନିୟନ୍ତ୍ରିତ ହୋଇଥାଏ ।
-ଏଥିରେ ପଲିଫେନୋଲ ଏବଂ ଟର୍ପେନଏଡ୍ ଭଳି ଆଣ୍ଟି ଅକ୍ସିଡାଣ୍ଟ ରହିଛି । ଶରୀରରେ କ୍ୟାନ୍ସର ସୃଷ୍ଟି ହେବାର ମୂଳ କାରଣକୁ ଦୂର କରିବାରେ ଅନେକାଂଶରେ ସକ୍ଷମ ହୋଇପାରେ ଆମ୍ବପତ୍ର ।
- ନିୟମିତ ଏହି ପତ୍ରକୁ ଖାଇଲେ ରକ୍ତରେ ଶର୍କରାର ମାତ୍ରା ମଧ୍ୟ ନିୟନ୍ତ୍ରିତ ହୋଇପାରେ । ତେଣୁ ମଧୁମେହ ରୋଗର ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ପତ୍ର ଖାଇଲେ ପ୍ରାକୃତିକ ଉପାୟରେ ରୋଗ ନିୟନ୍ତ୍ରଣ କରାଯାଇପାରେ ।
ଏଥିରେ ଭିଟାମିନ୍ ଏ ଓ ସି ଥିବାରୁ ଏହା କେଶ ସମସ୍ୟାରୁ ମୁକ୍ତି ଦେବା ସହ ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ ।
ଆମ୍ବପତ୍ରକୁ ପେଟ ପାଇଁ ଟନିକ୍ କହିଲେ ଭୁଲ୍ ହେବ ନାହିଁ । କାରଣ ଏହା ଅଲସର୍ ଭଲ କରିବାର କ୍ଷମତା ବି ରଖିଥାଏ ।