ଦୁର୍ଘଟଣାରେ ଟେଲି ଅଭିନେତ୍ରୀ ମୃତ

ଦୁର୍ଘଟଣାରେ ଟେଲି ଅଭିନେତ୍ରୀ ମୃତ

ବାରଙ୍ଗ: ବାରଙ୍ଗ କୁଆଖାଇ ବ୍ରିଜରେ ଦୁର୍ଘଟଣା, କାରକୁ ପିଟି ନଦୀ ଭିତରକୁ ଖସି ପଡ଼ିଲା ଟ୍ରକ । ଏହି ଦୁର୍ଘଟଣାରେ କାରରେ ବସିଥିବା ଟେଲି ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ସହଯୋଗୀ ଗୁରୁତର ଭାବେ ଆହତ ହୋଇଛନ୍ତି । ସିମେଣ୍ଟ ବୋଝେଇ ଟ୍ରକ କାରକୁ ଧକ୍କା ଦେବା ପରେ ବ୍ରିଜରୁ ନଦୀ ଭିତରକୁ ଖସିପଡ଼ିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚିି ଗୁରୁତର ମାନଙ୍କୁ ମେଡିକାଲକୁ ପଠାଇବା ସହ ଘଟଣାକୁ ନେଇ ଅଧିକ ତଦନ୍ତ କରୁଛି । । ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।

ଗତକାଲି ବିଳମ୍ବିତ ରାତିରେ ସିରିଏଲ୍ ସୁଟିଂ ସାରି କାରରେ କିଛି କଳାକାର ଘରକୁ ଫେରୁଥିଲେ। ଏହି ସମୟରେ ଉପରେ ବୀପରିତ ଦିଗରୁ ଆସୁଥିବା ଟ୍ରକ୍ ସହ କାର୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ପରେ ଟ୍ରକଟି ଭାରାସାମ୍ୟ ହରାଇ  ବ୍ରିଜର ବାଡ଼ା ଭାଙ୍ଗି ପୋଲରୁ ତଳକୁ ଖସିପଡ଼ିଥିଲା।