ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣକୁ ନେଇ କହିଲେ ମନମୋହନ

ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣକୁ ନେଇ କହିଲେ ମନମୋହନ

ଭୁବନେଶ୍ୱର : ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ଭିତରେ ଦିଲ୍ଲୀ ଗସ୍ତରୁ ଫେରିଛନ୍ତି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ। ଦିଲ୍ଲୀରୁ ଫେରିବା ପରେ ସେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣକୁ ନେଇ ଏକ ବଡ଼ କଥା କହିଦେଇଛନ୍ତି। ସେ କହିଛନ୍ତି, -ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଆଲୋଚନା ହୋଇନି। ଦଳର ବିଭିନ୍ନ ସାଂଗଠନିକ ବିଷୟରେ କଥାବାର୍ତ୍ତା ହୋଇଛି। ଖୁବ୍‌ଶୀଘ୍ର ଦଳର ନୂଆ ସାଂଗଠନିକ କମିଟି ହେବ। ଆଜି ବି ବୈଠକ ଅଛି, ସାଂଗଠନିକ ବିଷୟରେ ଆଲୋଚନା ହେବ ବୋଲି ସେ ସୂଚନା ଦେଇଛନ୍ତି।