ଇରେକ୍ଟର ସଂଘ ଉପରେ ବର୍ଷିଲେ ମନୋଜ ମିଶ୍ର

ଇରେକ୍ଟର ସଂଘ ଉପରେ ବର୍ଷିଲେ ମନୋଜ ମିଶ୍ର

ଓଡିଆ ଫିଲ୍ମର ଅସ୍ତିତ୍ୱକୁ ନେଇ ମନ୍ତବ୍ୟ ଦେବା ପରେ ଏହାକୁ ନେଇ ଅଭିନେତା ମନୋଜ ମିଶ୍ରଙ୍କ ବିରୋଧରେ ମାମଲା ଦାଏର କରିଥିଲା ଫିଲ୍ମ ଡାଇରେକ୍ଟର ଓ ପ୍ରଡ୍ୟୁସର ସଂଘ । ଏହାପରେ ଆଜି ପ୍ରେସମିଟ କରି ନିଜ ପକ୍ଷରୁ ସଫେଇ ରଖିଛନ୍ତି ଅଭିନେତା ମନୋଜ ମିଶ୍ର ।  ମନୋଜ କହିଛନ୍ତି, ଫିଲ୍ମ ମାନେ ଗୋଟେ ବିଜନେସ୍ । ବିଜନେସ୍ ରୁଲ ଭାବେ ଏହା ଗ୍ରୋ କରିବା କଥା । କିନ୍ତୁ ଅବସୋସ୍ ଏହା ତଳକୁ ଯାଉଛି ପଛେ ଆଗକୁ ଯାଉନି । ମୁଁ ୧୦ ବର୍ଷ ତଳେ ଫିଲ୍ମ ପାଇଁ ଯେତିକି ଟଙ୍କା ପାଉଥିଲି ୧୦ ବର୍ଷ ପରେ ତା’ଠାରୁ କମ୍ ପାଉଣା ପାଉଛନ୍ତି । 

ଆଜିକା ଦିନରେ ଫିଲ୍ମ ଇଣ୍ଡଷ୍ଟ୍ରି ଆଗକୁ ବଢୁନି । ସେଥିପାଇଁ ଅଭିନେତା ନୁହେଁ ବରଂ ଫିଲ୍ମ ତିଆରି କରୁଥିବା ବ୍ୟକ୍ତିମାନେ ଦାୟୀ । ଏବେକା ସମୟରେ ଯଦି ୟୁଥ୍ ଗ୍ରୁପକୁ ନେଇ କାମ କରିବାକୁ ହେଲେ ସେମାନଙ୍କ ସହ ଅପଡେଟ୍ ହେବାକୁ ପଡିବ । ଯଦି ପ୍ରଡ୍ୟୁସର, ଡାଇରେକ୍ଟର ଚାହୁଁଛନ୍ତି ଓଡିଆ ଫିଲ୍ମକୁ ଲୋକେ ଫିଲ୍ମ ହଲରେ ଦେଖନ୍ତୁ ତାହେଲେ ସେମାନଙ୍କୁ ଟେକ୍ନିକାଲି ସାଉଣ୍ଡ ହେବାକୁ ପଡିବ । ବେଶି ନୁହେଁ ବରଂ ଦମନ ଓ କର୍ମ ପରି ଗୋଟିଏ ଗୋଟି  କଣ୍ଟେଣ୍ଟ ଥିବା ଫିଲ୍ମ ବନାଇବାକୁ ପଡିବ । ତେଣୁ ନିଜ ଦୋଷ ଦୁର୍ବଳତା ନଦେଖି ମୋତେ ଦୋଷାରୋପ କରିବା କ୍ଷୋଭର ବିଷୟ ବୋଲି କହିଛନ୍ତି ମନୋଜ ।