ସୁଶ୍ରୀ ପାରୁଲ ପଟାୱରୀଙ୍କ ଦାୟିତ୍ୱ ଗ୍ରହଣ

  ଭୁବନେଶ୍ୱର : ସାମାଜିକ ସୁରକ୍ଷା  ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିଦେ୍ର୍ଦଶିକା ଭାବେ ଆଜି ସୁଶ୍ରୀ ପାରୁଲ ପଟାୱରୀ ନୂତନ ଦାୟିତ୍ୱ  ଗ୍ରହଣ କରିଛନ୍ତି । ବିଭାଗର ଅତିରିକ୍ତ ଶାସନ ସଚିବ ସୋନିଆ ବେହେରା  ପୁଷ୍ପଗୁଛ ପ୍ରଦାନ କରି ସ୍ୱାଗତ ଜଣାଇଥିବାବେଳେ ସୁଶ୍ରୀ ଜୟଶ୍ରୀ ତ୍ରିପାଠୀ, ବିତ୍ତ ପରାମର୍ଶଦାତା ତଥା ସ୍ୱତନ୍ତ୍ର ସଚିବ, ଅତିରିକ୍ତ ଶାସନ ସଚିବ ଭାସ୍କର ରଇତୋ ଏବଂ ଦୀପକ ରାଉତରାୟ ତଥା ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ  ଉପସ୍ଥିତ ଥିଲେ । ସୁଶ୍ରୀ ପଟାୱରୀ ସମସ୍ତ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଥିଲେ  ।  
ନୂତନ ନିଦେ୍ର୍ଦଶିକା ଭାବେ ଯୋଗ ଦେବା ସହ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଭେଟିଥିଲେ ।  ବିଭାଗର କାର୍ଯ୍ୟକ୍ରମ ବିଷୟରେ ପଚାରି ବୁଝିଥିଲେ ଓ ସମସ୍ତ ଅଧିକାରୀମାନଙ୍କୁ ଦାୟିତ୍ୱର ସହ କାର୍ଯ୍ୟ କରିବାକୁ ର୍ନିେଶ ଦେଇଥିଲେ । ସୁଶ୍ରୀ ପଟାୱରୀଙ୍କ ଏହି ବିଭାଗରେ ଯୋଗଦେବା ପୂର୍ବରୁ ସେ ରାୟଗଡା ଜିଲ୍ଲାରେ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ । ସେ ରାୟଗଡା ଜିଲାରେ କାର୍ଯ୍ୟରତ ଥିବା ସମୟରେ ଅଞ୍ଚଳବାସୀଙ୍କ ମଙ୍ଗଳ ପାଇଁ ସେ ବହୁ ଉନ୍ନତିମୂଳକ  କାର୍ଯ୍ୟ ସବୁ କରିଛନ୍ତି । ସେ ଜଣେ ଜ୍ଞାନୀ, ସାହସୀ ଓ ଦକ୍ଷ ପ୍ରଶାସିକା ଭାବେ ରାୟଗଡା ଜିଲାରେ ବେଶ ଜଣାଶୁଣା  । ତାଙ୍କର ବିଭାଗରେ ଯୋଗଦାନ ବିଭାଗର ସମସ୍ତ ଅଧିକାରୀ ଓ କମଚାରୀମାନଙ୍କୁ କର୍ମଚଞ୍ଚଳ କରିବେ ବୋଲି ଆଶା ।