ମେଡିକାଲ କଲେଜ ସିଟ୍‌ ବିକ୍ରି ପାଇଁ ଚାଲିଥିଲା ଡିଲ୍‌

ମେଡିକାଲ କଲେଜ ସିଟ୍‌ ବିକ୍ରି ପାଇଁ ଚାଲିଥିଲା ଡିଲ୍‌

ଭୁବନେଶ୍ୱର :  ମେଡିକାଲ କଲେଜ ସିଟ୍‌ ବିକ୍ରି ବେଳେ ଦଲାଲ ଗ୍ୟାଙ୍ଗର ପର୍ଦ୍ଦାଫାସ ହୋଇଛି। ଛାତ୍ରୀଛାତ୍ରଙ୍କ ଜୀବନ ସହ ଖେଳ। ଭୁବନେଶ୍ବର ପାତ୍ରପଡ଼ା ଅଞ୍ଚଳରୁ ୨ ଦଲାଲ ଗିରଫ ହୋଇଛନ୍ତି। ଏ ନେଇ ଏକ ବାରରେ ଡିଲ ଚାଲିଥିବା ବେଳେ ପୋଲିସ ମାଡ଼ି ବସିଲା। ଲକ୍ଷାଧିକ ଟଙ୍କା ନେଇ ମେଡିକାଲ ସିଟ୍‌ ପାଇଁ ଡିଲ ଚାଲିଥିଲା ଖବରପାଇ ପୋଲିସ ପହଞ୍ଚିଥିଲା। ଅନ୍ୟପକ୍ଷେ ଏକାଧିକ ଘରୋଇ ମେଡିକାଲ କଲେଜ ସହ ଗ୍ୟାଙ୍ଗର ସମ୍ପୃକ୍ତି ଅଭିଯୋଗ ହୋଇଛି।