ଭାରତର ପ୍ରସ୍ତୁତି ଦେଖି ବିଳବିଳଉଛି ପାକିସ୍ତାନ

ଭାରତର ପ୍ରସ୍ତୁତି ଦେଖି  ବିଳବିଳଉଛି  ପାକିସ୍ତାନ

ଭାରତର ପ୍ରସ୍ତୁତି ଦେଖି ପାକିସ୍ତାନ  ଛାନିଆ । କେତେବେଳେ ଫମ୍ପା ଧମକ ଦେଉଛି ତ କେତେବେଳେ ଚୀନ୍‌ ଓ ଆମେରିକାକୁ ମାଗୁଛି ସାହାଯ୍ୟ  । ପାକ୍‌ ମିଡିଆ କରୁଛି ବଡ଼ ଦାବି  । ଭାରତ ପ୍ରତି କାର୍ଯ୍ୟାନୁଷ୍ଠାନର ମୁକାବିଲା କରିବାକୁ ପାକ୍‌ସେନା ଯୁଦ୍ଧାଭ୍ୟାସ କରୁଛି ।  ଏହି ମିସାଇଲ ପରୀକ୍ଷଣ ତିକ୍ତତାକୁ ଅଧିକ ବୃଦ୍ଧି କରିପାରେ । ଏହା ପୂର୍ବରୁ ଏପ୍ରିଲ ୨୬ ଓ ୨୭ରେ ଏକ ମିଜାଇଲ ପରୀକ୍ଷଣ କରିଥିଲା ପାକିସ୍ତାନ । ପହଲଗାମ ଆତଙ୍କୀ ଆକ୍ରମଣ ପରେ ଯେଉଁଠି ଜଳ, ସ୍ଥଳ, ଆକାଶରେ ଭାରତ ନିଜର ଶକ୍ତି ପ୍ରଦର୍ଶନ କରୁଛି ଓ ଶତ୍ରୁଙ୍କୁ କୌଣସି ସମୟରେ ବଡ଼ ଜବାବ ଦେବାକୁ ପ୍ରସ୍ତୁତ ହେଉଛି । ସେଠି ପାକ୍‌ ଫମ୍ପା ଧମକ ଦେବାରେ ବ୍ୟସ୍ତ । ଗତକାଲି ପାକ୍‌ ସେନା ମୁଖ୍ୟ ଅସୀମ ମୁନିର ଫାୟାରିଂ ରେଞ୍ଜରେ ପହଞ୍ଚି ନିଜ ସେନାର ମନୋବଳ ବଢ଼ାଇଥିଲେ । ଭାରତର କାର୍ଯ୍ୟାନୁଷ୍ଠାନର ଜବାବ ଦେବାକୁ ପାକିସ୍ତାନ ପ୍ରସ୍ତୁତ ବୋଲି କହିଥିଲେ । ଆଉ ଏବେ ବାଲିଷ୍ଟିକ୍‌ ମିସାଇଲ ପରୀକ୍ଷଣ କରିବାକୁ ଯୋଜନା କରୁଥିବା ସୂଚନା ମିଳୁଛି ।