ବିଭିନ୍ନ ସ୍ଥାନରେ ଯୋଗ ଦିବସ
ଜଗତସିଂହପୁର : ଜିଲ୍ଲାସ୍ତରୀୟ ଯୋଗ ଦିବସ ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ୍ ଏବଂ ପାରାଦ୍ୱୀପ କଳିଙ୍ଗ ବାଲିଯାତ୍ରା ପଡିଆରେ ଆୟୋଜିତ ହୋଇଛି । ଏବର୍ଷ ର ଥିମ୍ ରହିଛି ‘ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ' । ଏହି ଅବସରରେ ମନ୍ତ୍ରୀ, ଶିଳ୍ପ, ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା, ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ଉପସ୍ଥିତ ଜନସାଧାରଣଙ୍କୁ ଯୋଗର ଉପାଦେୟତା ସମ୍ପର୍କରେ ବୁଝାଇଥିଲେ । ଜିଲ୍ଲାପାଳ ଜେ ସୋନାଲଙ୍କ ତତ୍ତ୍ୱାବଧାନରେ ଜିଲ୍ଲା କ୍ରୀଡା ଓ ଯୁବସେବା ବିଭାଗ, ଜଗତସିଂହପୁର ବ୍ଲକ୍, ପୌର ପରିଷଦ ଏବଂ ଅବକାରୀ ବିଭାଗ ମିଳିତ ଆନୁକୂଲ୍ୟରେ ଆୟୋଜିତ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଧାୟକ ଜଗତସିଂହପୁର ଅମରେନ୍ଦ୍ର ଦାସ ଯୋଗକୁ ପ୍ରାଚୀନ ଭାରତର ପରମ୍ପରା ବୋଲି ଅଭିହିତ କରିଥିଲେ । ଆନ୍ତର୍ଜାତିକ ଯୋଗ ଦିବସ ପାଳନ ଅବସରରେ ସମଗ୍ର ବିଶ୍ୱ ତଥା ଭାରତ ବର୍ଷରେ ଏହି ମହାନ ପରମ୍ପରାକୁ ପୁନର୍ଜୀବିତ କରାଯାଇଥିବାରୁ ସେ ନିଜର ଖୁସି ବ୍ୟକ୍ତ କରିଥିଲେ । ଅନୁଲୋମ ବିଲୋମ ପରି ପ୍ରାଣାୟାମ ମୁଦ୍ରା ପ୍ରଶିକ୍ଷକ ନିହାର ରଞ୍ଜନଙ୍କ ନିଦେ୍ର୍ଦଶନାରେ କରାଯାଇଥିଲା । ଏହି ଅବସରରେ ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ୍ରେ ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ରବି ନାରାୟଣ ଜେଠୀ, ଉପଜିଲ୍ଲାପାଳ ପ୍ରଶାନ୍ତ ତରାଇ, ପୌର ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ସିଂହ, କ୍ରୀଡା ଅଧିକାରୀ ବିଶ୍ୱ ବୀଜୟିନୀ ପଟ୍ଟନାୟକ, ପୌର ପରିଷଦ ନିର୍ବାହୀ ଅଧିକାରୀ ସୀମା ଜେନା, ବ୍ଲକ୍ ଉନ୍ନୟନ ଅଧିକାରୀ ଆଶୁତୋଷ ମିଶ୍ର, ଅବକାରୀ ନିରୀକ୍ଷକ ଅନିତା ପ୍ରଧାନ ପ୍ରମୁଖ ଥିଲେ । ପୌର ପରିଷଦ ପକ୍ଷରୁ ‘ଏକ ପେଡ ମା କେ ନାମ ' ଅଭିଯାନରେ ଅତିଥି ମାନେ ବୃକ୍ଷ ରୋପଣ କରିଥିଲେ । ଅନ୍ୟପଟେ ପାରାଦ୍ୱୀପ ଠାରେ ଆୟୋଜିତ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିରଞ୍ଜନ ବେହେରା, ପାରାଦ୍ୱୀପ ପୌର ପରିଷଦ ଅଧ୍ୟକ୍ଷ ବସନ୍ତ ବିଶ୍ୱାଳ, ପୌର ପରିଷଦ ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ଯୋଗ ଦେଇଥିଲେ ।
ପୁରୀ : ବ୍ଲୁ ଫ୍ଲାଗ୍ ବିଚ୍ ଠାରେ ଜିଲ୍ଳା ପ୍ରଶାସନ ଆନୁକୂଲ୍ୟରେ ଆୟୋଜିତ ଯୋଗ ଦିବସ ସମାରୋହରେ ପୌରହିତ୍ୟ କରିଥିଲେ ଅତିରିକ୍ତ ଜିଲ୍ଲାପାଳ ନୀଳମାଧବ ଭୋଇ । ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକସଂପର୍କ ଉପନିଦେ୍ର୍ଦଶକ ସନ୍ତୋଷ କୁମାର ସେଠୀ, ଅବକାରୀ ଅଧୀକ୍ଷକ ଜଗଦୀଶ ସାମଲ ଓ ସହକାରୀ ଜିଲ୍ଳାପାଳ ତନ୍ମୟ କୁମାର ଦାସ ପ୍ରମୁଖ ଯୋଗଦେଇଥିଲେ ।
ସେହିଭଳି ହରଚଣ୍ଡୀ ସାହି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ ଶିକ୍ଷା, ବିକାଶ ସମିତିର ପୁରୀ ଜିଲ୍ଳା ସହ ପ୍ରମୁଖ ଦୀନବନ୍ଧୁ ତ୍ରିପାଠୀ । ବ୍ଲୁ ଫ୍ଲାଗ୍ ବିଚ୍ରେ ଇଣ୍ଡୋ-ତିବତ୍ ବର୍ଡ଼ର ଫୋର୍ସ-୪୧ବି ଖୋର୍ଦ୍ଧା ପକ୍ଷରୁ ପାଳନ କରାଯାଇଥିଲା ଏକାଦଶ ଆନ୍ତର୍ଜାତିକ ଯୋଗ ଦିବସ । ଏହି କାର୍ଯ୍ୟକ୍ରମରେ ସୁରକ୍ଷା ବାହିନୀର ଅଧିକାରୀ ଓ ଯବାନମାନେ ଅଂଶଗ୍ରହଣ କରି ସାମୁହିକ ଯୋଗାଭ୍ୟାସ କରିଥିଲେ ।ଭାରତୀୟ ଜନତା ପାର୍ଟି ସିଂହଦ୍ୱାର ମଣ୍ଡଳ ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ବାସେଳୀ ସାହି ମୁଦୁଲି ଯାଗା କଲ୍ୟାଣ ମଣ୍ଡପରେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଆୟୋଜିତ ଯୋଗଦିବସ କାର୍ଯ୍ୟକ୍ରମରେ ବିଜେପିର ସିଂହଦ୍ୱାର ମଣ୍ଡଳ ସଭାପତି ରାଜକିଶୋର ପଣ୍ଡା ଯୋଗଦେଇଥିଲେ ।
ରାଜକନିକା : ବ୍ଲକ ପରିସରରେ ୧୧ତମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ବିଡିଓ କୈଳାଶ ଚନ୍ଦ୍ର ମହାଳିକଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଛି । ଏହି ଶିବିରରେ ଯୋଗଗୁରୁ ଦିଲ୍ଲୀପ ପରିଡା ଉପସ୍ଥିତରେ ପ୍ରଥମେ ଶାନ୍ତି ମନ୍ତ୍ର ତାପରେ ଯୋଗାଭ୍ୟସ ଶେଷରେ ବ୍ଲକର ସମସ୍ତ କର୍ମଚାରୀ ସଂକଳ୍ପ ପାଠ କରିଥିଲେ । କେମିତି ନିତିଦିନ ଯୋଗାଭ୍ୟସ କରି ନିଜେ ନିରୋଗ ରହିବା ସହିତ ଅନ୍ୟଙ୍କୁ ନିରୋଗ ରଖିପାରିବେ । ଅନ୍ୟମାନଙ୍କ ମଧ୍ୟରେ ସିଡିପି ରଞ୍ଜୁରାଣୀ ଦାସ,ବ୍ଲକ ସାମାଜିକ ସମୀକ୍ଷକ ସୁବ୍ରତ ରଞ୍ଜନ ସାମଲ, ଜିପିଡିଓ ମାନସ ସାହୁ, ବ୍ଲକ ପ୍ରକଳ୍ପ ସଂଯୋଜକ ମୃତୁ୍ୟଞ୍ଜୟ ବୁଦ୍ଧପଦ ଦାସ, ବ୍ଲକ ମିଶନ ଶକ୍ତି ସଂଯୋଜକ ମୋନାଲିସା ନାୟକ ଉପସ୍ଥିତ ଥିଲେ । ସେହିପରି ଓଳାଭର କଲେଜରେ ଯୁବ ରେଡ କ୍ରସ, ଜାତୀୟ ସେବା ସଂସ୍ଥା ମିଳିତ ଆନୁକୂଲ୍ୟରେ ଯୋଗ ଦିବସ ପାଳିତ ହୋଇଥିଲା । ମୁଖ୍ୟଅତିଥି କଲେଜ ଅଧ୍ୟକ୍ଷ ପ୍ରଫେସର ହଳଧର ବେହେରା ଯୋଗଦେଇ ଯୋଗ କିପରି ଆମକୁ ରୋଗ ଦାଉରୁ ରକ୍ଷା କରେ ସେ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରଶିକ୍ଷକ ଅଧ୍ୟାପକ ଡ. ଅକ୍ଷୟ ମିଶ୍ର ଯୋଗ ଦେଇ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଛାତ୍ରଛାତ୍ରୀ ଅଣ ଶିକ୍ଷକ କର୍ମଚାରୀଙ୍କୁ ଯୋଗ ପ୍ରଶିକ୍ଷଣ ଦେଇଥିଲେ ।
ସାଲେପୁର : ସାଲେପୁର ପତଞ୍ଜଳି ଯୋଗ ସମିତି ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ସାଲେପୁର ହାଇସ୍କୁଲ ପଡ଼ିଆରେ ପତଞ୍ଜଳି ଯୋଗ ସମିତିର ତହସିଲ ପ୍ରଭାରୀ ପ୍ରତାପ କୁମାର ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଯୋଗ ଶିବିରରେ ମୁଖ୍ୟଅତିଥି ଭାବେ ସାଲେପୁର ତହସିଲଦାର ଜୟନ୍ତ କୁମାର ଜୟସିଂହ, ଆଜୀବନ ସଦସ୍ୟ ଶ୍ରୀକାନ୍ତ କୁମାର ଭୂୟାଁ, ପ୍ରତାପ କୁମାର ମହାନ୍ତି, ଶିଶିର କୁମାର ପଣ୍ଡା, କୈଳାସ ଚନ୍ଦ୍ର ବେହେରା, ଜ୍ୟୋତିର୍ମୟ ସାମଲ ପ୍ରମୁଖ ଯୋଗଦେଇଥିଲାବେଳେ ପ୍ରତାପ କୁମାର ମହାନ୍ତି, କୈଳାସ ଚନ୍ଦ୍ର ବେହେରା, ଜ୍ୟୋତିର୍ମୟ ସାମଲ ପ୍ରମୁଖ ଯୋଗ ପ୍ରଦର୍ଶନ କରିଥିଲେ । ଏଥିରେ ୨ଶହରୁ ଊଦ୍ଧ୍ୱର୍ ବ୍ୟକ୍ତି ଯୋଗ ଦେଇ ଯୋଗାଭ୍ୟାସ କରିଥିବାବେଳେ ସନ୍ତୋଷ କୁମାର ଶତପଥି ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶିଶିର କୁମାର ପଣ୍ଡା, ମନୋଜ କୁମାର ରାଉଳ, ସଂଗ୍ରାମ କିଶୋର କର, ଉମାକାନ୍ତ ଦାଶ, ଜ୍ୟୋତି ପ୍ରକାଶ ମହାପାତ୍ର, ଜଗବନ୍ଧୁ ଦାଶ, ଅଭିମନୁ୍ୟ ସାହୁ, ଅରୁଣ କୁମାର ନାୟକ, ଶ୍ୟାମସୁନ୍ଦର ସାହୁ, ଆଶିଷ କୁମାର ଶରଣ, ଜ୍ୟୋତିରଂଜନ ନାୟକ, ପ୍ରବୀର କୁମାର ଦାସ, ଧନଞ୍ଜୟ ସାମଲ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ଫାର୍ମାସୀ କଲେଜ ପରିସରରେ ଆନ୍ତର୍ଜାତୀୟ ଯୋଗଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ଡଃ ପ୍ରବୀର କୁମାର ସିହ୍ନା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟାପକ ଓ କର୍ମଚାରୀମାନେ ଉପସ୍ଥିତ ରହି ଯୋଗାଭ୍ୟାସ କରିଥିଲେ ।
ତାଳଚେର : ତାଳଚେର ବ୍ଲକ ବ୍ରଜନାଥପୁର ପଂଚାୟତ ରେ ସରପଞ୍ଚ ନରେଶ ଚନ୍ଦ୍ର ବେହେରାଙ୍କର ସଂଯୋଜନାରେ ଅନ୍ତର୍ଜାତୀୟ ଯୋଗ ଦିବସ ଗୋଡ଼ିବନ୍ଧ ଠାରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଗୁରୁ ଦେଉଳବେଡା ଶିଶୁ ବିଦ୍ୟା ମନ୍ଦିରର ଗୁରୁଜୀ କାଳନ୍ଦି ସାହୁ ଯୋଗ ଦେଇ ଉପସ୍ଥିତ ଜନସାଧାରଣଙ୍କୁ ଯୋଗ ଶିକ୍ଷା ଦେବା ସହ ଏହାର ଉପକାରିତା ଉପରେ କହିଥିଲେ । ବିଜେପି ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ନଗର ସଂଘ ଚାଳକ ପ୍ରମୋଦ କୁମାର କୁଣ୍ଡୁ, କାର୍ଯ୍ୟବାହ ସୂର୍ଯ୍ୟକାନ୍ତ ମହାନ୍ତି, ମଣ୍ଡଳ ସଭାପତି ଅଜୟ କୁମାର ସାହୁ, ଚୈତନ୍ୟ ପ୍ରଧାନ, କାର୍ତ୍ତିକେଶ୍ୱର ସାହୁଙ୍କ ସମେତ ପଂଚାୟତର ଏମବିକେ, ସିଆରପି, କୃଷିମିତ୍ର, ପ୍ରାଣୀ ମିତ୍ର, ବ୍ୟାଙ୍କ ମିତ୍ରଙ୍କ ସମେତ ଶତାଧିକ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ନୀଳଗିରି : ନୀଳଗିରି ବ୍ଲକ ଏବଂ ଏନଏସି ପକ୍ଷରୁ ନୀଳଗିରି ଇଣ୍ଡୋର ଷ୍ଟାଡିୟମ ଠାରେ ଶତାଧିକ ଲୋକଙ୍କ ସମାଗମରେ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ସନ୍ତୋଷ କୁମାର ଖଟୁଆ, ଏନ୍ଏସି ଅଧ୍ୟକ୍ଷ ମହେନ୍ଦ୍ରନାଥ ବେହେରା, ବିଡ଼ିଓ ବିକ୍ରମ କେଶରୀ ପରିଡ଼ା, ଏନଏସି ନିର୍ବାହୀ ଅଧିକାରୀ ଅଂଶୁମାନ ପରିଡା, ବିଭିନ୍ନ ବିଭାଗର ପଦାଧିକାରୀ, କର୍ମଚାରୀଙ୍କ ସମେତ ଅଞ୍ଚଳବାସୀ ଯୋଗ ଦେଇ ଯୋଗାଭ୍ୟାସ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଗୁରୁ ଯୋଗ କିପରି କରିବାକୁ ହୁଏ ସୂଚନା ଦେଇଥିବାବେଳେ ବିଧାୟକ ଶ୍ରୀଯୁକ୍ତ ଖଟୁଆ ପ୍ରତ୍ୟେହ ଯୋଗାଭ୍ୟାସ କଲେ ଦେହ ମନ ସୁସ୍ଥ ରୁହେ ବୋଲି ମତପ୍ରକାଶ କରିଥିଲେ ।
ରାଜନଗର : ଆନ୍ତର୍ଜାତୀୟ ଯୋଗ ଦିବସରେ ଶ୍ରୀ ଜଗନ୍ନାଥ କଲେଜରେ "ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ' କାର୍ଯ୍ୟକ୍ରମ ପାଳନ ହୋଇଛି । କଲେଜ ଅଧ୍ୟକ୍ଷ ମେଜର ମନୋରଞ୍ଜନ ମହାନ୍ତିଙ୍କ ପୌରହିତ୍ୟରେ ଯୋଗ ଦିବସ ପାଳିତ ହୋଇଛି । ଏଥିରେ ଏନ୍ଏନ୍ଏସ୍ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ଅଭିଜିତ ଖୁଣ୍ଟିଆ, ପୂର୍ବତନ ଅଧ୍ୟକ୍ଷ ପ୍ରଣୟ ବେହେରା, ୟୁଥ୍ ରେଡ୍କ୍ରସର ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ରାଜଶ୍ରୀ ସାମନ୍ତ, ଅଧ୍ୟାପିକା ଅନୁସୂୟା ବେହେରା, ଅଧ୍ୟାପକ ପର୍ଶୁରାମ ନାଥ, ରନôାକର ନାୟକ, ବିନୋଦ ସେଠୀ, ପ୍ରଦୀପ ମିଶ୍ର ପ୍ରମୁଖ ଉପସ୍ଥିତଥିଲେ । ଯୋଗ ଟ୍ରେନର ଡ. ରଶ୍ମୀତା ମିଶ୍ର ଯୋଗାସନ ଗୁଡିକର ଶିକ୍ଷାଦାନ ପ୍ରଣାଳୀ ଅନୁସରଣ କରାଇଥିଲେ । ଛାତ୍ରଛାତ୍ରୀଙ୍କ ସହିତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଯୋଗଦାନ କରିଥିଲେ ।
ବାଲିପାଟଣା : ବୁଦ୍ଧନାଥ ସରକାରୀ ହାଇସ୍କୁଲରେ ବ୍ଲକସ୍ତରୀୟ ଯୋଗ ଦିବସରେ ବହୁ ସଂଖ୍ୟାରେ ସରକାରୀ କର୍ମଚାରୀଙ୍କ ସହିତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇ ଯୋଗ ଅଭ୍ୟାସ କରିଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ କଳ୍ପନା ଦାସ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ. ପ୍ରଭାତ ରଥ, ସିଡିପିଓ ରୁନୁବାଳା ସାହୁ, ଏବିଓ ଯଶୋଦା ସାହୁ, ପ୍ରଧାନଶିକ୍ଷୟିତ୍ରୀ ସୁଷମା ରାଣୀ ମହାପାତ୍ର, ସାଂସଦଙ୍କ ପ୍ରତିନିଧି ନାରାୟଣ ଖୁଣ୍ଟିଆ ପ୍ରମୁଖ ଯୋଗଦେଇ ଯୋଗର ଉପକାରିତା ସମ୍ପର୍କରେ ବୁଝାଇଥିଲେ । ଯୋଗଗୁରୁ ପ୍ରଶାନ୍ତ ସାହୁ ସୂର୍ଯ୍ୟ ନମସ୍କାର ସହିତ ବିଭିନ୍ନ ଯୋଗ ପଦ୍ଧତି ବତାଇ ଥିଲେ । ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟ ଓ ସ୍କୁଲରେ ମଧ୍ୟ ଯୋଗ ଶିବିର ଆୟୋଜିତ ହୋଇ ହରପାର୍ବତୀ ଯୋଗ ଅନୁଷ୍ଠାନର ଯୋଗ ଗୁରୁ ଯୋଗଭ୍ୟାସ କରାଇଥିଲେ । କୁଶଭଦ୍ରା ସରକାରୀ ହାଇସ୍କୁଲରେ ପ୍ରଧାନଶିକ୍ଷକ ପ୍ରଦୀପ ସାହୁ ପରିଚାଳନା କରିଥିଲେ । ଏଥିରେ ବିଇଓ ଡ. ପ୍ରଭାତ ରଥ, ଅର୍ଣ୍ଣବ ବେଉରା, ଦିଲ୍ଲୀପ ଓଝା, ପ୍ରତାପ ସାହୁ ଉପସ୍ଥିତ ଥିଲେ । ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଦ୍ୱାରା ପ୍ରଦତ୍ତ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା
ପାରାଦୀପ : ପାରାଦୀପ ପୌରପାଳିକା ଦ୍ୱାରା ଶନିବାର ଆୟୋଜିତ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗ ଦେବା ପାଇଁ ଆସିଥିବା ପାରାଦୀପ ବିଧାୟକ ତଥା ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କୁ ପାରାଦୀପ ଆଦର୍ଶ ଥାନା ନିକଟସ୍ଥ ପ୍ରେସ୍ ଛକ ଠାରେ ପାରାଦୀପର "କାର୍ଯ୍ୟରତ ସାମ୍ବାଦିକ ଓ ଗ୍ରୀନ୍ ପାରାଦୀପ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବା ସହିତ ତାଙ୍କୁ ଏକ ଚାରା ପ୍ରଦାନ କରାଯାଇଥିଲା । ଏହି ଅବସରରେ ସାମ୍ବାଦିକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଓ ଏହାର ନିରାକରଣ ସମ୍ପର୍କରେ ଶିଳ୍ପ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସପ୍ତାହକୁ ଦୁଇଦିନ ପାରାଦୀପ ନିର୍ବାଚନ ମଣ୍ଡଳୀରେ ନିୟମିତ ଜନସମ୍ପର୍କ ରକ୍ଷା କରି ଲୋକଙ୍କ ସୁଖ ଦୁଃଖରେ ସାମିଲ ହେବା ତାଙ୍କ ଲୋକପ୍ରିୟତା ବୃଦ୍ଧି ପାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି ।
ସାରସକଣା : ସୀମାନ୍ତ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଝାରପୋଖରୀଆ ସ୍ଥିତ ଲୋକନାଥ ମନ୍ଦିର ପ୍ରାଙ୍ଗଣରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ସୁନିଲ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ସମ୍ପାଦକ ଘାସିରାମ ମହାନ୍ତ ଓ ବରିଷ୍ଠ ସଦସ୍ୟ କୈଳାସ ଚନ୍ଦ୍ର ବିଶାଙ୍କ ମଞ୍ଚାସୀନ ଥିଲେ । ଯୋଗ ଏକ ଜୀବନ ଦର୍ଶନ ଯୋଗ ଦ୍ୱାରା ହିଁ ମଣିଷର ଆୟୁଷ ବଢିଥାଏ । ତେଣୁ ଦେହ, ମନ ଓ ଆତ୍ମାକୁ ସୁସ୍ଥ୍ୟ ସବଳ ରଖୁବା ପାଇଁ ଯୋଗ ଏକମାତ୍ର ପନ୍ଥା ବୋଲି ଅତିଥିଗଣ ତାଙ୍କ ଅଭିଭାଷଣରେ ବକ୍ତବ୍ୟ କରିଥିଲେ । ଯୋଗ ପ୍ରଶିକ୍ଷକ ଅମୀୟ କୁମାର ଦ୍ୱାରୀଙ୍କ ଦ୍ୱାରା ଯୋଗ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସୀମାନ୍ତ ଡିଗ୍ରୀ କଲେଜର ଛାତ୍ର ଶ୍ରୀମାନ ବିକାଶ ରଞ୍ଜନ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନର ସଦସ୍ୟ ଭରତ ଚନ୍ଦ୍ର ମହାନ୍ତ, ଯୁଧୁଷ୍ଠିର ମହାନ୍ତ, ଯୁଧୁଷ୍ଠିର ମହାନ୍ତ , ଅଞ୍ଜନ କୁମାର ପାତ୍ର, ଧୂରେନ ଚନ୍ଦ୍ର ସାହୁ, ଦିଲ୍ଲୀପ କୁମାର ମହାପାତ୍ର, ନିରଞ୍ଜନ ଦ୍ୱାରୀ, ସନ୍ତୋଷ କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇ ମଞ୍ଚ ପରିଚାଳନା କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ ।
କେନ୍ଦ୍ରାପଡ଼ା : ଜିଲ୍ଲା ପ୍ରଶାସନ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଇଚ୍ଛାପୁର ସ୍ଥିତ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସରକାରଙ୍କ ସମବାୟ, ହସ୍ତତନ୍ତ୍ର, ବୟନଶିଳ୍ପ, ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଯୋଗଦେଇ ଯୋଗ ପ୍ରାଣାୟାମ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହାକାଳପଡ଼ା ବିଧାୟକ ଡ. ଦୁର୍ଗା ପ୍ରସନ ନାୟକ, ଜିଲ୍ଲାପାଳ ସ୍ମୃତି ରଞ୍ଜନ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା, ଉପଜିଲ୍ଲାପାଳ ଅରୁଣ ନାୟକ ସମେତ ବିଭିନ୍ନ ବର୍ଗର ଜନସାଧାରଣ, ସ୍କୁଲ କଲେଜ ଛାତ୍ରଛାତ୍ରୀ ପ୍ରମୁଖ ଯୋଗରେ ଅଂଶଗ୍ରହଣ କରିଥିଲେ । ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ‘ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ’ ପାଇଁ ଯୋଗ ଥିମ୍ ସହିତ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେବାକୁ ଚେଷ୍ଟା କରାଯାଇଥିଲା । ଯୋଗ ପ୍ରଶିକ୍ଷକ ଭିନ୍ନ ଭିନ୍ନ ପ୍ରକାର ଯୋଗାସନ ପ୍ରଦର୍ଶନ କରି ପ୍ରାଣାୟାମ କରାଇଥିଲେ । ସମସ୍ତେ ପ୍ରତି ଦିନ ଯୋଗ କରି ନିରୋଗ ରୁହନ୍ତୁ ବୋଲି ମନ୍ତ୍ରୀ କହିଥିଲେ ।
ସେହିପରି କେନ୍ଦ୍ରାପଡା ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ବିଜେପି ନେତ୍ରୀ ଜ୍ୟୋସ୍ନାରାଣୀ ଜେନାଙ୍କ ତତ୍ୱାବଧାନରେ ଦୟାନନ୍ଦ ସେବାଶ୍ରମରେ ଯୋଗ ଦିବସ ପାଳନ ହୋଇଛି । କାର୍ଯ୍ୟକ୍ରମରେ ଯୋଗ ଗୁରୁ ପବିତ୍ର ମହାନ୍ତି, ବନ୍ଦନାରାଣୀ ରାଉତରାୟ, ଚିନ୍ମୟୀ ପାତ୍ର, ଉର୍ମିଳା ଆର୍ଯ୍ୟ, ମଦନ ମୋହନ ବେହେରା, ଚିନ୍ମୟ ପ୍ରସାଦ ମହାନ୍ତି ପ୍ରମୁଖ ଯୋଗଦେଇ ଯୋଗରେ ଅଂଶ ଗ୍ରହଣ କରିଥିଲେ । ଯୋଗ କରିବା ଦ୍ୱାରା ମଣିଷର ଶରୀର, ମସ୍ତିଷ୍କ, ସ୍ୱାସ୍ଥ୍ୟ ନିରୋଗ ରହିଥାଏ । ଦୟାନନ୍ଦ ସେବାଶ୍ରମ ଛାତ୍ରଛାତ୍ରୀଙ୍କ ସମେତ ବିଜେପିର ସାଧାରଣ ସମ୍ପାଦକ ଉପୀନ ରାଉତ, ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।
ବଡ଼ସାହି : ବଡ଼ସାହି ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏକ ପୃଥିବୀ,ଏକ ସ୍ୱାସ୍ଥ୍ୟର ବାର୍ତ୍ତାକୁ ପାଥେୟ କରି ସ୍ଥାନୀୟ ବଡ଼ସାହି ଆଦର୍ଶ ବିଦ୍ୟାଳୟ ପରିସରରେ ବ୍ଲକ୍ ପ୍ରଶାସନ ଓ ଯୋଗ ସମିତିର ମିଳିତ ଆନୁକୁଲ୍ୟରେ ଯୋଗାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯୋଗ ସମିତିର ସଭାପତି ରାଜେନ୍ଦ୍ର କୁମାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଗୁରୁ ଅଜୟ କୁମାର ଦ୍ୱିବେଦୀ, ଗୌରୀ ଶଙ୍କର ସାହୁ ଏବଂ ଛାତ୍ରୀ ଲକ୍ଷ୍ମୀ ସିଂ ଯୋଗ ଦେଇଥିବାବେଳେ ମୁଖ୍ୟତଃ ଉଭୟ ଆଦର୍ଶ ବିଦ୍ୟାଳୟ ଓ ସ୍ଥାନୀୟ ସରକାରୀ ଉ.ପ୍ରା ସ୍କୁଲର ଛାତ୍ରଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ । ବଙ୍କିମ ବିହାରୀ ପାତ୍ର, ସନ୍ତୋଷ କୁମାର ବେହେରା, ସୁନିଲ କୁମାର ଦାଶ, ଲଳିତ କୁମାର ମହାନ୍ତି ଏବଂ କ୍ରୀଡା ଶିକ୍ଷକ ଗଣ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷା ଦେବୀ ପ୍ରତିମା ଜେନା ଧନ୍ୟବାଦ ଦେଇଥିଲେ ।
କଟକ : ରାଜ୍ୟ ଆଇନ ସେବା ପ୍ରାଧିକରଣ ଦ୍ୱାରା ୧୧ତମ ଅର୍ନ୍ତଜାତୀୟ ଯୋଗ ଦିବସ କଟକସ୍ଥିତ ଆଇନ ସେବା ଭବନ ଅନୁଷ୍ଠିତ ହୋଇଯାଇଛି । ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ତଥା ରାଜ୍ୟ ଆଇନ ସେବା ପ୍ରାଧିକରଣର କାର୍ଯନିର୍ବାହୀ ଅଧ୍ୟକ୍ଷ ସଙ୍ଗମ କୁମାର ସାହୁଙ୍କ ପୋ÷ରହିତ୍ୟରେ ଆଇନ ସେବା ଭବନଠାରେ ଏକ ଯୋଗ ଶିବିର ଆୟୋଜନ କରାଯାଇଥିଲା । “ଏକ ବିଶ୍ୱ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ” ଏ ବର୍ଷର ଅର୍ନ୍ତଜାତୀୟ ଯୋଗ ଦିବସର ପ୍ରସଙ୍ଗ । ଯୋଗର ଉପକାରିତା ଏବଂ ଏକ ସୁସ୍ଥ ସମାଜ ପାଇଁ ଏହାର ଅବଦାନ ସମ୍ପର୍କରେ ମାନ୍ୟବର ବିଚାରପତି ଦୃଷ୍ଟି ଆକର୍ଷଣ କରିଥିଲେ । ଉତ୍ତମ ଓ ସୁସ୍ଥ ଶାରୀରିକ ଓ ମାନସିକ ପରିସ୍ଥିତି ତଥା ବିଭିନ୍ନ ବ୍ୟାଧିଠାରୁ ମୁକ୍ତି ପାଇଁ ଯୋଗକୁ ନିଜ ଜୀବନ ଶୈଳୀରେ ସାମିଲ୍ କରିବା ପାଇଁ ମାନ୍ୟବର ନ୍ୟାୟମୂର୍ତ୍ତି ଏହି ଶିବିରରେ ବାର୍ତ୍ତା ଦେଇଛନ୍ତି । ପ୍ରୀତ୍ସ୍ରୀତି ଗୁପ୍ତା ଏହି ଶିବିରରେ ଯୋଗ ପ୍ରଶିକ୍ଷିକା ଭାବେ ଉପସ୍ଥିତ ଥିଲେ । ନ୍ୟାୟମୂର୍ତ୍ତି ସଙ୍ଗମ କୁମାର ସାହୁଙ୍କ ସହ ରାଜ୍ୟ ଆଇନ ସେବା ପ୍ରାଧିକରଣର ସଦସ୍ୟ ସଚିବ, ଉପ ସଚିବ, ସହ ସଚିବ, କର୍ମଚାରୀବୃନ୍ଦ ଏବଂ କଟକ ଜିଲ୍ଲା ସ୍ଥାୟୀ ଓ ନିରନ୍ତର ଲୋକଅଦାଲତର ଅଧ୍ୟକ୍ଷ ଏବଂ କର୍ମଚାରୀମାନେ ଏହି ଶିବିରରେ ଯୋଗାଭ୍ୟାସ କରିଥିଲେ ।
ବାଣପୁର : ବାଣପୁର ନୋଡାଲ ହାଇ ସ୍କୁଲରେ ୧୧ତମ ଆନ୍ତର୍ଜାତୀୟ ଯୋଗ ଦିବସ ଅନୁଷ୍ଠିତ ହୋଇଛି । କ୍ରୀଡା ଶିକ୍ଷକ ଜ୍ଞାନରଞ୍ଜନ ବେହେରା ଓ କ୍ରୀଡା ଶିକ୍ଷୟିତ୍ରୀ ଭାରତୀ ସୁନ୍ଦରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏବଂ ପ୍ରଧାନଶିକ୍ଷକ ଜଗଦୀଶ ଚନ୍ଦ୍ର ପ୍ରଧାନ ଓ ଶିକ୍ଷକ ପ୍ରତିନିଧି, ଓଷ୍ଟା କୈଳାଶ ଚନ୍ଦ୍ର ଲାଥିଙ୍କ ଉପସ୍ଥିତିରେ ଯୋଗ ମହୋତ୍ସବ କ୍ରୀଡା ଶିକ୍ଷକ ବୈରାଗୀ ଚରଣ ବଳଙ୍କ ଦ୍ୱାରା ଯୋଗାଭ୍ୟାସ ଶିକ୍ଷା ପ୍ରଦାନ କରାଯାଇଥିଲା । ଯୋଗ ଦିବସ କାର୍ଯ୍ୟକ୍ରମରେ ସୁସ୍ଥ ଜୀବନ ପାଇଁ ଯୋଗାଭ୍ୟାସର ଯଥେଷ୍ଟ ଆବଶ୍ୟକତା ସମ୍ୱନ୍ଧରେ ଛାତ୍ର ଛାତ୍ରୀଙ୍କୁ ଉଦ୍ବୋଧନ ଦିଆଯାଇଥିଲା । ନିୟମିତ ଅଭ୍ୟାସ କରିବାକୁ ଉତ୍ସାହିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଶୃଙ୍ଖଳାର ସହିତ ପରିଚାଳନା କରିବା ନିମନ୍ତେ ଶିକ୍ଷକ ପ୍ରମୋଦ ବେହେରା, ନଳିନୀକାନ୍ତ ବେହେରା, ପବିତ୍ର ବାସୁପତି, ଶିକ୍ଷୟିତ୍ରୀ ପୁଷ୍ପଲତା ମିଶ୍ର, ସ୍ନିଗ୍ଧାଞ୍ଜଳି ମହାପାତ୍ର, ତୃପ୍ତିମୟୀ ଖଣ୍ଡୁଆଳ, ଶିବପ୍ରିୟା ବାରିକ, ସୁଶ୍ରୀ ଶୁଭସ୍ମିତା ସାହୁ, ପ୍ରିୟଦର୍ଶିନୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।