ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ ଆଜି ନୀତି ଆୟୋଗ ବୈଠକ
ଭୁବନେଶ୍ୱର: ଆଜିଠାରୁ ଦୁଇଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସନ୍ତାକାଲି ହେବାକୁ ଥିବା ନୀତି ଆୟୋଗ ବୈଠକରେ ସେ ଯୋଗଦେବେ । ସେହିପରି ମେ’ ୨୫ରେ ଏନଡ଼ିଏ ମୁଖ୍ୟମନ୍ତ୍ରୀମାନଙ୍କର ବୈଠକ ରହିଛି । କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ କିଭଳି ବିଭିନ୍ନ ଯୋଜନାର ସଫଳ ରୂପାୟନ କରିବେ ସେନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ । ଏହି ଗସ୍ତ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ରହିଛି । ସରକାରୀ କାର୍ଯ୍ୟ ସହ ମୁଖ୍ୟମନ୍ତ୍ରୀ ଦଳୀୟ କାର୍ଯ୍ୟକ୍ରମ ନେଇ ବି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିପାରନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସେ ବ୍ୟକ୍ତିଗତ ଭାବେ ସାକ୍ଷାତ ଆଲୋଚନା କରିବାର ସମ୍ଭାବନା ରହିଛି । ଜୁନ୍ ୧୨ରେ ସରକାରଙ୍କ ବର୍ଷ ପୂର୍ତ୍ତି ପାଇଁ ନିମନ୍ତ୍ରଣ କରିବା ସହ ରିପୋର୍ଟ କାର୍ଡ଼ ବି ପ୍ରଦାନ କରିବେ । ଆସନ୍ତା ମାସରେ ମୋଦି ଓ ଶାହ ଓଡ଼ିଶା ଆସିପାରନ୍ତି ବୋଲି ବି ଚର୍ଚ୍ଚା ହୋଇଆସୁଛି । ଖାଲି ସେତିକିନୁହେଁ ରାଜ୍ୟ ବିଜେପିର ସଭାପତି ଚୟନ ହୋଇପାରୁନାହିଁ । ଫଳରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଠାରୁ ନେଇ ନିଗମ ଅଧ୍ୟକ୍ଷ ପଦବୀ ପର୍ଯ୍ୟନ୍ତ ପୂରଣ କରାଯାଉନଥିବା କୁହାଯାଉଛି । ଏନେଇବି ବରିଷ୍ଠ କେନ୍ଦ୍ରୀୟ ବିଜେପି ନେତାଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିପାରନ୍ତି ବୋଲି କୁହାଯାଉଛି ।