ମା' ଜାଗୁଳାଇଙ୍କ ବିଶ୍ୱଶାନ୍ତି ମହାଯଜ୍ଞ

 ନାଉଗାଁ:  ନାଉଗାଁ ବ୍ଲକ ତିହୁଡା ଗ୍ରାମ ସ୍ଥିତ ପ୍ରାଚୀନ ଶକ୍ତି ପୀଠ ପରମ ବୈଷ୍ଣବୀ ମା ଜାଗୁଳାଇ ଙ୍କ ମନ୍ଦିର ରେ ୬୨ତମ ବିଶ୍ୱଶାନ୍ତି ମହାଯଜ୍ଞ ନିମନ୍ତେ ଚଳଚଚଞ୍ଚ ପୀଠ । ଏହି ମନ୍ଦିର ଏକ ପ୍ରାଚୀନ ଶକ୍ତି ପୀଠ ଭାବେ ନାଉଗାଁ ଅଞ୍ଚଳର ଭକ୍ତ ଜନ ମାନସରେ ବିଶ୍ୱାସ ରହିଛି । ଆସନ୍ତା ଚୈତ୍ର ମାସ ଶୁକ୍ଳ ଷଷ୍ଠି ଠାରୁ ତା-୦୩/୦୪/୨୫ ରୁ ୧୧/୦୩/୨୫ ପର୍ଯ୍ୟନ୍ତ ନଅ ଦିନ ବ୍ୟାପି ବିଶ୍ୱ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବ । ଏହି ଅବସରରେ ଉକ୍ତ ପୀଠରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବର୍ଷକ ବାର ମାସ ଅନୁଷ୍ଠିତ ୨୪ ବେଶ ପଦର୍ଶନ ଏବଂ ଶ୍ରୀମଦ ଭାଗବତ ସପ୍ତାହ ପରାୟଣ ପ୍ରବଚନ , ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର, ସାଧୁସନ୍ଥ ସମ୍ମିଳନୀ, ପଞ୍ଚୁଦୋଳ ମେଳନ, ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହେବ । ସବୁଠାରୁ ଆକର୍ଷଣ ର ବିଷୟ କୋଟି ଓଡ଼ିଆ ଙ୍କ ମଉଡମଣୀ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଦୁର୍ଲଭ ଚବିଶ ବେଶ ଦର୍ଶନ ର ଆୟୋଜନ ହେବ  । ଏହି ଅବସରରେ ମା ଜାଗୁଳାଇ ମନ୍ଦିର ପରିଚାଳନା ସମିତି ସଭାପତି ବାବା ସତ୍ୟାନନ୍ଦ ଦାସ ଏହାକୁ ସଫଳ କରିବାକୁ ସମସ୍ତ ଙ୍କୁ ନିବେଦନ କରିଛନ୍ତି । ଏଥି ପାଇଁ ତିହୁଡା ଗ୍ରାମର ଗ୍ରାମ ବାସି ମାନେ ଜୋରଦାର ପ୍ରସ୍ତୁତିରେ ଲାଗୁଛନ୍ତି । ଏହି ମହାଯଜ୍ଞରେ ବହୁ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଦେଖିବାକୁ ମିଳିଥାଏ ଏବଂ ଏହି ଆଧ୍ୟାତ୍ମିକ ଉସôବରେ ଭକ୍ତ ମାନଙ୍କର ମନସ୍କାମନା ଏବଂ ମାନସିକ ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି ।