ଅନୁଜ ହେଲେ ସୂଚନା ଓ ଲୋକସମ୍ପର୍କ ବିଭାଗ ନିଦେ୍ର୍ଦଶକ
ଭୁବନେଶ୍ୱର : ବରିଷ୍ଠ ଓଏଏସ୍ ଅଧିକାରୀ ଅନୁଜ କୁମାର ଦାସପଟ୍ଟନାୟକ ସୂଚନା ଓ ଲୋକସମ୍ପର୍କ ବିଭାଗର ନିଦେ୍ର୍ଦଶକ ଭାବେ ନିଯୁକ୍ତି ପାଇଛନ୍ତି । ସେହିପରି ସୁରେନ୍ଦ୍ର କୁମାର ପଣ୍ଡାଙ୍କୁ ପିଏମ୍ ପୋଷଣ ଓ ଏମ୍ଏମ୍ ପୋଷଣ ରାଜ୍ୟ ନୋଡାଲ ଅଧିକାରୀ ଭାବେ ନିଯୁକ୍ତି ମିଳିଛି । ମିତାଲୀ ପାତ୍ରଙ୍କୁ ବାରିପଦା ସିଡିଏମଓ ଅଫିସର ପ୍ରଶାସନିକ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି । ଅପରପକ୍ଷରେ ଅଜୟ କୁମାର ପ୍ରଧାନଙ୍କୁ ଆଇଟିଡିଏ ଗୁଣୁପୁରର ପିଏ ଭାବରେ ପୂର୍ବଭଳି ଦାୟିତ୍ୱରେ ରଖାଯାଇଛି । ଲୋକସମ୍ପର୍କ ବିଭାଗର ନିଦେ୍ର୍ଦଶକ ଭାବେ ନିଯୁକ୍ତି ପାଇଥିବା ଅନୁଜ ଦାସ ପଟ୍ଟନାୟକ ଜଣେ ଦକ୍ଷ ଅଫିସର ଭାବରେ ଜଣାଶୁଣା । ବିଭିନ୍ନ ବିଭାଗରେ ସେ ନିଜ କାର୍ଯ୍ୟ ଦକ୍ଷତାର ପ୍ରମାଣ ଦେଇଛନ୍ତି ।