ଉନ୍ନତି ହେବ ଗୋବର୍ଦ୍ଧନ ପୀଠ : ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରସ୍ତୁତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶ
ଭୁବନେଶ୍ୱର : ପୁରୀ ବାଲିସାହି ସ୍ଥିତ ଶଙ୍କରାଚାର୍ଯ୍ୟଙ୍କ ଗୋବର୍ଦ୍ଧନ ପୀଠର ସଂରକ୍ଷଣ ଓ ବିକାଶକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ । ପୀଠର ଉନ୍ନତିକରଣ ପାଇଁ ପାରିପାଶ୍ୱର୍ିକ ବିକାଶ ସମ୍ପର୍କିତ ଏକ ରିପୋର୍ଟ ପ୍ରସ୍ତୁତ ପାଇଁ ଜିଲ୍ଲାପାଳଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏ ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ପୀଠର ଉନ୍ନତି ପାଇଁ ସବୁ ବିଭାଗ ତଥା ଜିଲ୍ଲା ପ୍ରଶାସନର ସମନ୍ୱୟରେ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ ।
ଗୋବର୍ଦ୍ଧନ ପୀଠର ସୁରକ୍ଷା ଓ ସଂରକ୍ଷଣ, ସମସ୍ତ ପୂର୍ବାଚାର୍ଯ୍ୟମାନଙ୍କ ସମାଧିସ୍ଥଳର ସୁରକ୍ଷା, ପୂଜ୍ୟ ଜଗଦଗୁରୁଙ୍କ ସୁରକ୍ଷା ବ୍ୟବସ୍ଥା, ମଠ ପରିସରରେ ଥିବା ଗୋବର୍ଦ୍ଧନ ଗୋଶାଳାର ବିକାଶ, ମହୋଦଧି ସନ୍ଧ୍ୟା ଆରତୀ ସ୍ଥଳର ବିକାଶ ସମ୍ପର୍କରେ ଆଲୋଚନା ହୋଇଥିଲା । ସନାତନ ଧର୍ମର ସୁରକ୍ଷା ତଥା ଅଦୈତ ବେଦାନ୍ତର ପ୍ରଚାର ନିମନ୍ତେ କାର୍ଯ୍ୟ କରୁଥିବା ଗୋବର୍ଦ୍ଧନ ପୀଠର ଉନ୍ନତି ପାଇଁ ଶଙ୍କରାଚାର୍ଯ୍ୟ ପୀଠ ଟ୍ରଷ୍ଟ ବୋର୍ଡର ସଦସ୍ୟମାନଙ୍କୁ ଆବଶ୍ୟକୀୟ କାର୍ଯ୍ୟ ସମ୍ବନ୍ଧରେ ସରକାରଙ୍କୁ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ । ସେହିପରି ମହୋଦଧି ସନ୍ଧ୍ୟା ଆଳତୀ ସ୍ଥଳକୁ ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ଅଧିକ ଆକର୍ଷଣୀୟ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ପୁରୀ ଗୋବର୍ଦ୍ଧନ ପୀଠର ବିକାଶ ପାଇଁ ଯାହା ଯାହା ଆବଶ୍ୟକତା ରହିଛି ସମସ୍ତ କାର୍ଯ୍ୟକୁ ଗୁରୁତ୍ୱର ସହ ନେଇ ସମ୍ପନ୍ନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଆଜି ଅନୁଷ୍ଠିତ ବୈଠକରେ ପୂର୍ତ୍ତ, ଅବକାରୀ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପୁରୀ ସାଂସଦ ଡଃ ସମ୍ବିତ ପାତ୍ର, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ ସିଂ, ଶ୍ରୀମନ୍ଦିର ପ୍ରଶାସକ ଡଃ ଅରବିନ୍ଦ ପାଢୀ, ଆଇନ ବିଭାଗ ସଚିବ ମାନସ ରଞ୍ଜନ ବାରିକ, ପୂର୍ତ୍ତ ବିଭାଗ ସଚିବ ସଞ୍ଜୟ ସିଂହ, ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବ ଉଷା ପାଢୀ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସ୍ପି ଭୀନିତ୍ ଅଗ୍ରୱାଲ, ଗୋବର୍ଦ୍ଧନ ପୀଠର ପ୍ରତିନିଧି ପଣ୍ଡିତ ମାତୃପ୍ରସାଦ ମିଶ୍ର, ବ୍ରହ୍ମଚାରୀ ସୁୟସ ପ୍ରଶାନ୍ତ, ରଘୁନାଥ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।