ଆର୍ଏସଏସ ଶତବାର୍ଷିକ ପାଇଁ ପ୍ରସ୍ତୁତି ବୈଠକ
ରାଜନଗର : ରାଜନଗର ବ୍ଲକ ତ୍ରିନାଥ ବଜାର ନିକଟସ୍ଥ ପୂର୍ତ୍ତ ବଙ୍ଗଳା ପରିସରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତବାର୍ଷିକ ଉସôବ ପାଇଁ ପ୍ରସ୍ତୁତି ବୈ÷ଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ଜିଲ୍ଲା ସେବା ପ୍ରମୁଖ ରବିନ୍ଦ୍ର ସେଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈ÷ଠକରେ ଜିଲ୍ଲା କାର୍ଯ୍ୟବାହ ବିନୋଦବିହାରୀ ଦାସ, ପ୍ରାକ୍ତନ ଜିଲ୍ଲା ସହସଂଘ ଚାଳକ ସୁକାନ୍ତ କୁମାତ ତ୍ରିପାଠୀ ଯୋଗଦେଇ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଶତବାର୍ଷିକ ୨୦୨୫ ଅକ୍ଟୋବରରୁ ୨୦୨୬ ଅକ୍ଟୋବର ମାସ ଯାଏ ପାଳନ କରାଯିବ । ସଂଘର ସ୍ୱୟଂସେବକମାନେ ପୂର୍ଣ୍ଣ ଗଣବେଶରେ ସଜ୍ଜିତ ହେବେ । ପୁରାତନ ଓ ବିବିଧ କ୍ଷେତ୍ରରେ ଥିବା ସ୍ୱୟଂ ସେବକମାନଙ୍କୁ ସଂପର୍କ କରାଯିବ । ଏହା ବ୍ୟତୀତ ପ୍ରତ୍ୟେକ ପରିବାରକୁ ସଂଘ ସଂପର୍କରେ ପ୍ରାଚୀରପତ୍ର ଓ ପୁସ୍ତିକା ଜରିଆରେ ସଂପର୍କ କରାଯିବ । ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହେବ େ୧ାଲି କହିଥିଲେ । କାର୍ଯ୍ୟକ୍ରମକୁ ଖଣ୍ଡ ଶାରିରୀକ ପ୍ରମୁଖ ବାସୁଦେବ ମାଝୀ ସଞ୍ଚାଳନ କରିଥିଲେ । ଜିଲ୍ଲା ପ୍ରଚାରକ ପ୍ରସନ୍ନଜିତ ଦାସଙ୍କ ସହ ଅନ୍ୟ ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।