ଗାଁ ଗହଳିରେ ଛତୁ ଫୁଟିଲା ଭଳି ମେଡିସିନ୍ ଷ୍ଟୋର
ବନ୍ତ : ଭଦ୍ରକ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ଏବଂ ପ୍ରଶାସନର ନୀରବତା ଲାଗିବନ୍ତ ବ୍ଳକର ବିଭିନ୍ନ ପଞ୍ଚାୟତରେ ନକଲି ମେଡିସିନ ବିକ୍ରି ବୃଦ୍ଧି ପାଉଛି । ଚଢଉ ନହେବାରୁ ଦିନକୁ ଦିନ ଦିନ ନକଲି ମେଡିସିନର ପ୍ରାଦୁର୍ଭାବ ବେଶ୍ ବଢିବାରେ ଲାଗିଛି । ଗାଁ ଗହଳିରେ ଗଢିଉଠିଥିବା ଛୋଟ ବଡ଼ ଦୋକାନରେ ମେଡ଼ିସିନ ବିକ୍ରି ହେଉଛି ଏହା ସହିତ ଛତୁ ଫୁଟିଲା ଭଳି ମେଡିସିନ ଦୋକାନ ଦେଖିବାକୁ ମିଳୁଛି । ବନ୍ତ ବ୍ଲକରେ ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆଗରପଡାରେ ଥିବାବେଳେ, ୪ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ବନ୍ତ, କେନ୍ଦୁଆପଦା, କାଦୁବରାଙ୍ଗ, ଅଡାଳପଙ୍କରେ ଅବସ୍ଥିତଥିବା ବେଳେ ଅନେକ ସମୟରେ ରୋଗୀଙ୍କୁ ଅଧେ ମେଡ଼ିସିନ ମିଳୁଥିବା ବେଳେ ଅବଶିଷ୍ଟ ମଡ଼ିସିନ ପାଇଁ ନିକଟସ୍ଥ ମେଡ଼ିସିନ ଦୋକାନକୁ ଯାଉଛନ୍ତି । କିନ୍ତୁ ମେଡିସିନ ଦୋକାନରେ ଲେଖାଯାଇଥିବା ମେଡିସିନ ବଦଳରେ ଅଧିକ ଲାଭ ଆଶାରେ ଦୋକାନୀ ବିକଳ୍ପ ମେଡିସିନ ଦେଇ ଅଧିକ ଲାଭପାଉଛନ୍ତି । ଏଥିସହିତ ସ୍ୱାସ୍ଥ୍ୟକେନ୍ଦ୍ର ଅଞ୍ଚଳରେ ନକଲି ମେଡିସିନ ବର୍ତ୍ତମାନ ଜୋରରେ ବିକ୍ରି ହେଉଥିବା ଅଭିଯୋଗ ହେଉଛି । ନକଲି ମେଡିସିନ ବିକ୍ରି ଅଧୂକ ହେଉଛି ।
ସାଧାରଣତଃଭୋଗୀଙ୍କୁ ଏହି ନକଲି ମେଡିସିନ ବିକ୍ରି କରାଯାଉଛି । ବର୍ଷ ବର୍ଷ ଧରି ନକଲି ମେଡିସିନ ଚଳାଇଥିବା ଦୋକାନୀମାନେ କିଛି ଡ଼ାକ୍ତରଙ୍କୁ ହାତ କରି ଏହି ବେପାର କରିଆସୁଛନ୍ତିାା ହେଲେ ଥରେ ମାତ୍ର ଡ୍ରଗ୍ଧ କଣ୍ଟ୍ରୋଲର ପକ୍ଷରୁ ଚଢାଉ ହେଉନି କି ମେଡିସିନର ମାନ ଯାଞ୍ଚ କରାଯାଉନି ।ନକଲି ମେଡିସିନ ଆଣି ଗ୍ରାମାଞ୍ଚଳ ଦୋକାନୀକୁ ଅତି କମ ଦାମରେ ଏହି ମେଡିସିନ ଯୋଗାଇ ଦିଆଯାଉଛି । ମଧୁମେହ, ଉଚ୍ଚ ରକ୍ତଚାପ, କିଡନୀ, ହାର୍ଟସମେତବିଭିନ୍ନ ମାରାତ୍ମକ ରୋଗର ଦାମୀ ମେଡ଼ିସିନରେ ମଧ୍ୟ ନକଲି ଭାବେ ମିଳୁଥିବାର ଅଭିଯୋଗ ହେଉଛି । ବିଶେଷଭାବେ ଗ୍ରାମାଞ୍ଚଳରେ ବନ୍ତ ବ୍ଲକ୍ର ୨୫ଟି ପଞ୍ଚାୟତରେ ଥିବା ମେଡିସିନ ଦୋକାନରେ ନକଲି ଔଷଧ କାରବାର ବୃଦ୍ଧି ପାଉଛି । ବୈଧ ଲାଇସେନ୍ସ ନଥାଇ ଆଉ ଫାର୍ମାସିଷ୍ଟ ଅନୁପସ୍ଥିତରେ ମେଡିସିନ ବିକ୍ରି ଆଉ ଚିକିତ୍ସା ମଧ୍ୟ କରାଯାଉଛି । ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଅଭିଯୋଗହେଉଛି । ନିୟମିତଭାବେ ମେଡ଼ିସିନ ଦୋକାନଗୁଡିକ ଯାଞ୍ଚ ହେଉନଥିବା ଫଳରେ ବେଆଇନ କାର୍ଯ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ଏମିତିକି ଅନେକ ଔଷଧ ଦୋକାନର ବୈଧ ଲାଇସେନ୍ସ ନଥିବା ମଧ୍ୟ ଜାଣିବାକୁ ମିଳିଛି । ଏହିଭଳି କାର୍ଯ୍ୟ ଚାଲିବା ଦ୍ୱାରା କେତେବେଳେ ଯେ, କେଉଁ ରୋଗୀର ଜୀବନ ବିପଦରେ ନପଡିବ ତାହା କହିହେବ ନାହିଁ । ତେଣୁ ଏହି ବେଆଇନ୍ କାର୍ଯ୍ୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଲୋକଙ୍କ ଜୀବନ ସହ ଖେଳୁଥିବା ଦୋକାନୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।